ଆର୍ଥିକ ପରିଚାଳନାରେ ଓଡ଼ିଶା ମଡେଲକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପ୍ରଶଂସା
1 min readଭୁବନେଶ୍ୱର: ଆର୍ଥିକ ପରିଚାଳନାରେ ଓଡ଼ିଶା ମଡେଲକୁ ପ୍ରଶଂସା । ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆର୍ଥିକ ପରିଚାଳନାରେ ରାଜ୍ୟକୁ ପ୍ରଶଂସା କରିଛନ୍ତି। ଏନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହା ସମ୍ଭବ ହୋଇପାରିଛି । ରାଜ୍ୟ ସରକାର ସିଙ୍ଗିଲ୍ ନୋଡାଲ୍ ବ୍ୟବସ୍ଥାକୁ ଆଗୁଆ କାର୍ଯ୍ୟକାରୀ କରିଛନ୍ତି । ଏହାକୁ ପ୍ରଶଂସା କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ସାରା ଦେଶରେ ଓଡ଼ିଶା ମଡେଲକୁ ଉଦାହରଣ ଭାବେ ନିଆଯାଉଛି । ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏହାର ଅନୁସରଣ କରିପାରିବେ ବୋଲି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।
ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆର୍ଥିକ ପରିଚାଳନାରେ ଓଡ଼ିଶା ମଡେଲକୁ ପ୍ରଶଂସା କରିଛନ୍ତି ଯାହା ମାନ୍ୟବର @Naveen_Odisha ଙ୍କ ନେତୃତ୍ୱରେ ସମ୍ଭବ ହୋଇଛି |ଓଡିଶା ମଡେଲ ଗୁଡ଼ିକୁ ଏବେ ବିଭିନ୍ନ ସ୍ଥାନରେ ଉଦାହରଣ ଭାବରେ ନିଆଯାଉଛି ଏବଂ ମୋ ମତରେ ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଏହାର ଅନୁସରଣ କରିପାରିବେ |#VoiceofOdisha@FinMinIndia pic.twitter.com/UarDeKRt2y
— Dr. Amar Patnaik (@Amar4Odisha) June 26, 2022