ରାଷ୍ଟ୍ରପତି ନିର୍ବାଚନ: ମୁର୍ମୁଙ୍କ ନାମାଙ୍କନ ସମୟରେ ଉପସ୍ଥିତ ରହିବେ ଓଡିଶାର ଦୁଇ ମନ୍ତ୍ରୀ
1 min readନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏସମ୍ପର୍କରେ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଲୋଚନା କରିଛନ୍ତି । ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାନଙ୍କ ସମ୍ପର୍କରେ ଫୋନ୍ ଯୋଗେ କଥା ହୋଇଛନ୍ତି ନଡ୍ଡା । ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ ନବୀନଙ୍କୁ ଅନୁରୋଧ କରିଥିଲେ । ଅନୁରୋଧକ୍ରମେ ନବୀନ ପଟ୍ଟନାୟକ ଦୁଇ ମନ୍ତ୍ରୀଙ୍କୁ କାଲି ଦିଲ୍ଲୀ ପଠାଇବେ ।
BJP President Shri @JPNadda ji spoke to me about the filing of nomination of Smt #DraupadiMurmu ji for #PresidentElection. My cabinet colleagues Shri @saraka_fan and Smt @TukuniSahu will sign nomination papers today and attend the event tomorrow.#OdishaLeads
— Naveen Patnaik (@Naveen_Odisha) June 23, 2022
ନାମାଙ୍କନ ସମୟରେ ସେମାନେ ମୁର୍ମୁଙ୍କ ସହ ଉପସ୍ଥିତ ରହିବେ । ଆଜି କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସରକା ନାମାଙ୍କନ ପତ୍ରରେ ଦସ୍ତଖତ କରିବେ । ଆସନ୍ତାକାଲି ନାମାଙ୍କନ ସମୟରେ ଉପସ୍ଥିତ ରହିବେ । ସୂଚନା ଥାଉକି ଗତକାଲି ନବୀନ ପଟ୍ଟନାୟକ ଏନଡିଏ ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲା ।