ଇଡିରେ ପୁଣି ହାଜର ରାହୁଲ, ସମର୍ଥନ ଜଣାଇ ଜଳିଲା ଟାୟାର
2 min readନୂଆଦିଲ୍ଲୀ: ତୃତୀୟ ଦିନ ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ । ଯାହାର ପ୍ରତିବାଦରେ ଇଡି ଅଫିସ ସାମନାରେ ଉଗ୍ରରୂପ ଦେଖାଇଲେ ପ୍ରଦର୍ଶନକାରୀ । ରାହୁଲଙ୍କୁ ସମର୍ଥନ ଜଣାଇ ଟାୟାର ଜାଳିଲେ କଂଗ୍ରେସ କର୍ମୀ । ପୋଲିସ ଘଟଣାସ୍ଥଳରୁ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି । ନ୍ୟାଶନାଲ ହେରାଲ୍ଡ ଅର୍ଥ ହେରଫେର ମାମଲାରେ ଆଜି ତୃତୀୟ ଦିନ ଜେରା ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଇଡି ଅଫିସରେ ପହଞ୍ଚିଛନ୍ତି ରାହୁଲ ।
#WATCH | Delhi: Congress workers outside the Enforcement Directorate office burn tires in protest to the ED probe against party leader Rahul Gandhi in the National Herald case. pic.twitter.com/eG3Qnq57oX
— ANI (@ANI) June 15, 2022
ରାହୁଲଙ୍କ ସମର୍ଥନରେ କଂଗ୍ରେସ ଅଫିସ ମୁଖ୍ୟାଳୟ ବାହାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ବରିଷ୍ଠ ନେତା କେସି ବେଣୁଗୋପାଳ ବିରୋଧ ପ୍ରଦର୍ଶନ କରୁଛନ୍ତି । ଦେଶରେ ଗୁଣ୍ଡାରାଜ ଚଲାଇଛି ପୋଲିସ । ଭାରତ ଇତିହାସରେ ଏପରି ଗୁଣ୍ଡାରାଜ ପ୍ରଥମ ଥର ଦେଖିବାକୁ ମିଳିଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ।
Delhi | Congress leaders including Bhupesh Baghel and KC Venugopal protest outside the AICC office
Police are indulging in goondaism on the directions of the govt. We have never seen such barbarism in the history of India: Congress MP Adhir Ranjan Chowdhury pic.twitter.com/CmgIdIIVed
— ANI (@ANI) June 15, 2022
ଗତ ସୋମବାରରୁ ୨୦ ଘଣ୍ଟା ଧରି ରାହୁଲଙ୍କୁ ପଚରାଉଚୁରା କରୁଛି ଇଡି । ପିଏମଏଲଏ ଆକ୍ଟ ଅନୁସାରେ ରାହୁଲଙ୍କୁ ଜେରା ଚାଲିଛି । ପିଏମଏଲଏର ଧାରା ୫୦ ଅନୁସାରେ ଇଡି ରାହୁଲଙ୍କ ଠାରୁ ଲିଖିତ ରିପୋର୍ଟ ମଧ୍ୟ ଗ୍ରହଣ କରିଛି । ଏହି ମାମଲାରେ କଂଗ୍ରେସର ବରିଷ୍ଠ ନେତା ମଲିକ୍କାର୍ଜୁନ ଖଡଗେ ଓ ପୱନ ବଂଶଲଙ୍କୁ ଇଡି ଜେରା କରିଥିଲା। ଜୁନ ୨୩ରେ ସୋନିଆ ଗାନ୍ଧୀଙ୍କୁ ଜେରା ପାଇଁ ସମନ ଜାରି କରିଛି ଇଡି । କିନ୍ତୁ କୋରୋନା ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
Delhi | Congress workers & leaders protesting against ED questioning of Rahul Gandhi detained by police outside AICC office
Are we terrorists? Why are you scared of us? They are using police force against Congress leaders and workers: Congress MP Adhir Ranjan Chowdhury pic.twitter.com/6SAJ4a4PN9
— ANI (@ANI) June 15, 2022