ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ

ନନ୍ଦିଘୋଷ ବ୍ୟୁରୋ : ଆଜି ହେଉଛି ଓଡ଼ିଶାର ଗଣପର୍ବ ପହିଲି ରଜ । ଗାଁ ଠାରୁ ସହର ଉତ୍ସବ ମୁଖର । ଘରେ ଘରେ ପିଠା ପଣାର ମହକ । ଆଜି ଝିଅ ମାନେ ଦୋଳି ଖେଳିବେ, ପିଠା ପଣା, ମିଠାପାନ ଖାଇ ମଉଜ କରିବେ । ସମେସ୍ତ ନୂଆ ଡ୍ରେସ ପିନ୍ଧି ସଜବାଜ ହେଇ, ରଜ ଗୀତ ଗାଇ ଦୋଳି ଖେଳି ଧୁମ ଧାମରେ ପାଳନ କରିଥାନ୍ତି । ଆଜି ଠାରୁ ୩ ଦିନ ଧରି ରାଜ୍ୟ ବାସୀ ପାଳିବେ ରଜପର୍ବ । ୨ ବର୍ଷ ପରେ କୋଭିଡ କଟକଣା ହଟିଥିବାରୁ ପୁରପଲ୍ଲୀରେ ଉତ୍ସାହର ଲହରି ଭରି ରହିଛି । ରଜଦୋଳି ସହିତ ପୋଡପିଠାର ମହକରେ ପୂରି ଉଠୁଛି ପଲ୍ଲୀଠୁ ସହର ।

ଓଡ଼ିଆ ଘରର ବଡ଼ ପର୍ବ ହେଉଛି ରଜ । ରଜବତୀ ହୁଅନ୍ତି ମାଟି ମାଆ । କୁହାଯାଏ ରଜ ହେଉଛି କୁଆଁରି ଝିଅ ମାନଙ୍କ ପର୍ବ । ଝିଅ ମାନଙ୍କୁ ସବୁ କାମ କରିବାକୁ ମନା ଓ ଖାଲି ପାଦରେ ଚାଲିବା ମନା । କେବଳ ଝିଅମାନେ ନୁହଁନ୍ତି, ରଜ ତିନି ଦିନ ଯାକ ସମସ୍ତେ ମଉଜରେ ମାତିଥାନ୍ତି । ତାସ୍,ପଶା ଓ ବାଗୁଡ଼ି ଖେଳର ଆସର ମଧ୍ୟ ଜମିଥାଏ ।