spot_img

Latest Posts

ସୀମାରେ ଚାଇନା ଦାଦାଗିରି

ନୂଆଦିଲ୍ଲୀ: ପୁଣି ସୀମାରେ ଡ୍ରାଗନର ଦାଦାଗିରି । ପୂର୍ବ ଲଦାଖ ସେକ୍ଟର ଅନ୍ତର୍ଗତ ହୋତାନ ଏୟାରବେସରେ ଚୀନ ମୁତୟନ କରିଛି 25ରୁ ଅଧିକ ସାମରିକ ହେଲିକପ୍ଟର । ଲଦାଖର ବିଭିନ୍ନ ସ୍ପର୍ଶକାତର ତଥା ସାମରିକ କୌଶଳ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଚୀନ ବିଭିନ୍ନ ନିର୍ମାଣ କାର୍ଯ୍ୟ ଜାରି ରଖିଛି ବୋଲି ଆମେରିକା ପାସିଫିକ ଆର୍ମି ଜେନେରାଲ ଚାର୍ଲସ ଫ୍ଲିନଙ୍କ ସୂଚନା ପରେ ପୁଣି ଥରେ ଏହି ଯୋଜନା ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି । ମୁତୟନ ହୋଇଥିବା ହେଲିକପ୍ଟର ମଧ୍ୟରେ ରହିଛି ଜେ-11, ଜେ-20 ପରି ଶକ୍ତିଶାଳୀ ସାମରିକ ହେଲିକପ୍ଟର ।

ସେହିପରି ପୂର୍ବରୁ ଏହି ସବୁ ସ୍ଥାନରେ ଚୀନ ମିଗ-21 ମୁତୟନ କରିଥିଲା । ମାତ୍ର ପରେ ସେହି ବିମାନ ଗୁଡିକୁ ହଟାଇ ଅତ୍ୟାଧୁନିକ ବିମାନ ମୁତୟନ କରିଛି । ଏହା ସହ ଭାରତୀୟ ସୀମାନ୍ତ ଅଞ୍ଚଳରେ ଚୀନ ବାୟୁସେନା କେତେକ ଏୟାରଫିଲ୍ଡ ନିର୍ମାଣ କରୁଥିବା ସୂଚନା ଏହି ମିଳିଛି । ଚୀନର ସାମରିକ ହେଲିକପ୍ଟର ମୁତୟନ ପରେ ଭାରତୀୟ ପ୍ରତିରକ୍ଷା ବିଭାଗ ସତର୍କ ହୋଇଛି । ହୋତାନ ଏୟାରବେସ ସମେତ ଜିଞ୍ଜିୟାଙ୍ଗ ଓ ତିବ୍ଦତ ଅଞ୍ଚଳର ଗର୍ ଗୁନସା, କସଙ୍ଗର, ହୋପିଙ୍ଗ, ଡୋଙ୍କା, ଜୋଙ୍ଗ ଆଦି ଏୟାରବେସ ଉପରେ ବି ଭାରତ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ଏହି ସବୁ ବିମାନଘାଟି ଅଞ୍ଚଳରେ ଚୀନ ପକ୍ଷରୁ ରନଓ୍ବେ ସୈନ୍ୟ ରହଣୀସ୍ଥଳ ଆଦି ନିର୍ମାଣ କରାଯାଉଛି । ଜବାବରେ ଭାରତ ପକ୍ଷରୁ ଏଲଏସି ନିକଟରେ ସୁଖୋଇ 30 ଏମକେଆଇ, ମିଗ୍-29, ମିରେଜ-2000 ଆଦି ମୁତୟନ କରାଯାଇଛି । ଗତକାଲି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏଲଏସିର ସ୍ଥିତି ସମୀକ୍ଷା କରିଥିବା ବେଳେ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ।

 

Latest Posts

Don't Miss