GPRS ସର୍ଭେ ପ୍ରସଙ୍ଗ: ପିନାକୀ କହିଲେ ସମ୍ବିତ ପାଇଁ ଆଇନ ପରିବର୍ତ୍ତନ ହେବା ଆବଶ୍ୟକ
ପୁରୀ: ଜିପଆରଏସ୍ ସର୍ଭେ ନେଇ ସମ୍ବିତ ପାତ୍ରଙ୍କୁ କଟାକ୍ଷ କଲେ ପୁରୀ ସାଂସଦ ପିନାକୀ ମିଶ୍ର । ସମ୍ବିତ ପାତ୍ରଙ୍କ ପାଇଁ ଆଇନ ପରିବର୍ତ୍ତନ ହେବା ଆବଶ୍ୟକ । ଦ୍ବିତୀୟ ଥର ଜିପିଆରଏସ ହୋଇପାରିବନି ବୋଲି ଆଇନ ହେଲେ ସମ୍ବିତ ଖୁସି ହୁଅନ୍ତେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅତିତରେ ଜିପିଆରଏସ ହୋଇଥିବା ପ୍ରମାଣ ଦେଇଥିଲେ ପିନାକୀ ।
କିନ୍ତୁ ଗତକାଲି ପୁଣି ଜିପିଆରଏସ ସର୍ଭେ ହୋଇଥିଲା । ଏହାକୁ ନେଇ ସମ୍ବିତ ପାତ୍ର ବିଭିନ୍ନ ପ୍ରଶ୍ନ ଉଠାଇଥିଲେ । ସମ୍ବିତ କହିଥିଲେ ଯେ ପୂର୍ବରୁ କେବେ ସର୍ଭେ ହୋଇନଥିଲା । ସେଥିପାଇଁ ଗତକାଲି ପୁଣି ସର୍ଭେ କରାଗଲା । ସମ୍ବିତଙ୍କ ଏଭଳି ଅଭିଯୋଗକୁ ମିଥ୍ୟା ଦର୍ଶାଇବାକୁ ଯାଇ ପୁରୀ ସାଂସଦ ପିନାକ ମିଶ୍ର ଏଭଳି କଟାକ୍ଷ କରିଛନ୍ତି । ଏବଂ ବିଜେପି ନେତା ସମ୍ବିତ ପାତ୍ରଙ୍କୁ କଡ଼ା କଟାକ୍ଷ କରିଛନ୍ତି ।