ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁରୀ ବିଧାୟକଙ୍କ ସ୍ୱାଗତ, ଖୁବ୍ ଶୀଘ୍ର କାର୍ଯ୍ୟ ସାରିବାକୁ ଦାବି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପିର କିଛି ନେତା ରିତିମତ ଡ୍ରାମାବାଜି କରୁଛନ୍ତି । ହେଲେ ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରକଳ୍ପ ସପକ୍ଷରେ ଦୃଢ ଯୁକ୍ତି ବାଢିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ସ୍ପଷ୍ଟ ଭାବେ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ଦାବି କରିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସରକାର ପୁରୀର ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଶ୍ରୀମନ୍ଦିର ପରିକ୍ରମା ପ୍ରକଶ୍ପ ସହ ସ୍ୱର୍ଗଦ୍ୱାର ନବୀକରଣ ପ୍ରକଳ୍ପ, ଇଣ୍ଡୋର ଷ୍ଟାଡିୟମ, ଶ୍ରୀଜଗନ୍ନାଥ ମେଡିକାଲ କଲେଜ, ଶ୍ରୀସେତୁ କୋଷ୍ଟାଲ ହାଇୱେ ଭଳି ପ୍ରକଳ୍ପ ଗୁଡିକ ମଧ୍ୟ କାର୍ଯ୍ୟକ୍ଷମ ହୋଇଥିବା କହିଛନ୍ତି ପୁରୀ ବିଧାୟକ ଡୟନ୍ତ ଷଡ଼ଙ୍ଗୀ  ।

ତେଣୁ ପୁରୀର ବିକାଶ ପାଇଁ ହେଉଥିବା ପ୍ରକଳ୍ପକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ । ପରିକ୍ରମା ପ୍ରକଳ୍ପ ପାଇଁ ପୁରୀବାସୀ ଅନେକ ତ୍ୟାଗ କରିଛନ୍ତି । ଆଗକୁ ବର୍ଷାଦିନ ଆସୁଥିବାରୁ ପରିକ୍ରମା ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ସେ ଦାବି କରିଛନ୍ତି । କାମ ଶୀଘ୍ର ଶେଷ ନହେଲେ ଶ୍ରୀମନ୍ଦିର ଚାରିପଟେ ରହୁଥିବା ସେବାୟତ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେବେ । ସେହେଭଳି ଏଏସ୍ଆଇର ପଦକ୍ଷେପ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ପୁରୀ ବିଧାୟକ । ତେବେ ପୁରୀ ବିଧାୟକ ପୁରୀରେ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି  ।