ଅଷ୍ଟ୍ରେଲିଆରେ ମିଳିଲା ୧୨ରୁ ଅଧିକ ମୁଣ୍ଡ ନଥିବା ପେଙ୍ଗୁଇନ୍‌, କାରଣ ଖୋଜୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ:  ଅଷ୍ଟ୍ରେଲିଆର ସମୁଦ୍ର କୁଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।  ଡଜନ ଡଜନ ପେଙ୍ଗୁଇନ ଭାସି ଆସିଥିବା ଦେଖିବାକୁ ମିଳିଛି, ତାହା ମଧ୍ୟ ମୁଣ୍ଡ ନଥିବା ପେଙ୍ଗୁଇନ୍‌ । ପେଙ୍ଗୁଇନଙ୍କ ଏହି ସ୍ଥିତି ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାର କାରଣ ଖୋଜୁଛନ୍ତି ବୈଜ୍ଞାନିକ ।

କେବଳ ଏପ୍ରିଲ ମାସରେ ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ଲେରିୟୁ ଉପଦ୍ୱୀପରେ ସମୁଦ୍ର କୂଳରେ ପ୍ରାୟ ୨୦ଟି ପେଙ୍ଗୁଇନଙ୍କ ମୃତ ଶରୀର ମିଳିଛି । ୨୦୨୧ରେ ଏହି ଅଞ୍ଚଳରେ ମୃତ୍ୟୁ ହୋଇଥିବା ପେଙ୍ଗୁଇନଙ୍କ ସଂଖ୍ୟା ତୁଳନାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ । ଏହି ମୃତ ପେଙ୍ଗୁଇନ ଗୁଡ଼ିକର ମୃତ୍ୟୁର କାରଣ ଜାଣିବା ପାଇଁ ଦକ୍ଷିଣ ଅଷ୍ଟ୍ରେଲିଆରେ ଷ୍ଟିଫେନ୍‌ ହେଜେସ ଏମାନଙ୍କୁ ଏକାଠି କରୁଛନ୍ତି । ତେବେ ପେଙ୍ଗୁଇନଙ୍କ ମୃତ ଶରୀର ସହ କଟା ମୁଣ୍ଡ ମଧ୍ୟ ମିଳିଛି । କିନ୍ତୁ ଏହି ମାମଲାରେ ମଣିଷର ହାତ ନଥିବା କୁହାଯାଉଛି । କାରଣ ଏହି ମୃତ୍ୟୁ ସମୂଦ୍ର ମଧ୍ୟରେ ହୋଇଛି । କିନ୍ତୁ ଷ୍ଟିଫନ ହିଜେସଙ୍କ କହିବା ହେଉଛି ଏହି ଅଞ୍ଚଳରେ ଅଧିକ ମାତ୍ରାରେ ଜାହାଜ ଯିବା ଆସିବା କରେ । ତେଣୁ ଏହା ମଧ୍ୟ ଏକ କାରଣ ହୋଇପାରେ ।

ଷ୍ଟିଫନ ଏହା ମଧ୍ୟ କହିଛନ୍ତିଯେ,  ଏନକାଉଣ୍ଟର ବେ ନିକଟରେ  ମାଛ ଧରିବା ପ୍ରତିଯୋଗିତା ହୋଇଥିଲା । ଯେଉଁଠାରେ ହଙ୍ଗା ନିକଟକୁ ପେଙ୍ଗୁଇନଙ୍କୁ ଆକର୍ଷିତ କରାଯାଇଥିବ । ଏହା ବାଦ୍‌ ପେଙ୍ଗୁଇନ ହତ୍ୟା ପଛରେ ପର୍ଯ୍ୟଟନ ମଧ୍ୟ ଏକ କାରଣ ହୋଇପାରେ ।