ଜାହାଙ୍ଗୀରପୁରୀ ହିଂସା ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଆକ୍ସନ, ଅବୈଧ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ଜାରି
1 min readନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଅଭିଯୁକ୍ତଙ୍କ ବିରୋଧରେ ମ୍ୟୁନିସିପାଲିଟିର କଡ଼ା ଆକ୍ସନ । ଜାହାଙ୍ଗୀରପୁରୀରେ ଚାଲିଲା ବୁଲଡୋଜର । ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡ ପରେ ଆକ୍ସନ ମୁଡରେ ନର୍ଥ ଦିଲ୍ଲୀ ମ୍ୟୁନିସିପାଲିଟି । ଆଜି ସକାଳୁ ଜାହାଙ୍ଗୀରପୁରୀରେ ବୁଲଡୋଜର ପହଞ୍ଚି ଅବୈଧ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି । ବେଆଇନ ନିର୍ମାଣ ଭାଙ୍ଗିବା ପୂର୍ବରୁ ଜାହାଙ୍ଗୀରପୁରୀରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ହୋଇଥିଲା ।
#WATCH North Delhi Municipal Corporation conducts anti-encroachment drive in Jahangirpuri in Delhi
The civic body has asked for 400 personnel from Delhi Police to maintain the law & order situation during the drive in the area pic.twitter.com/KViPfwPEqr
— ANI (@ANI) April 20, 2022
The anti-encroachment drive will take place across Delhi. Earlier also we had requested security for the drive but due to some reasons the action was not taken: Raja Iqbal Singh, Mayor, North Delhi Municipal Corporation pic.twitter.com/6seuHuhEVr
— ANI (@ANI) April 20, 2022
ଏବେ ୯ଟି ବୁଲଡୋଜର ଯୋଗେ ସରକାରୀ ଜମି ଉପରୁ ଜବରଦଖଲ ହଟିବା କାର୍ଯ୍ୟ ଜାରି ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାହାଙ୍ଗୀରପୁରୀରେ ୧୫ ଶହରୁ ଊର୍ଦ୍ଧ୍ବ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ସ୍ପେଶାଲ ପୋଲିସ କମିସନର ଓ ମେୟରଙ୍କ ଉପସ୍ଥିତିରେ ଜାରି ରହିଛି ଉଚ୍ଛେଦ କାର୍ଯ୍ୟ । ସେପଟେ ଜାହାଙ୍ଗୀରପୁରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଅନସାର ଘର ପଶ୍ଚିମବଙ୍ଗର ହଳଦିଆଠାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।