spot_img

Latest Posts

ଯୁଦ୍ଧ ପରିପ୍ରେକ୍ଷୀରେ ଋଷକୁ କିପରି ଦୋଷୀ ସାବ୍ୟସ୍ତ ହେବ ?

କିଭ୍: ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଆଜି ସହଯୋଗୀ ରାଷ୍ଟ୍ର ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଯୁଦ୍ଧ ପରିପ୍ରେକ୍ଷୀରେ ଋଷକୁ କିପରି ଦୋଷୀ ସାବ୍ୟସ୍ତ କରାଯାଇପାରିବ, ସେନେଇ କ୍ଷେତ୍ର ସୃଷ୍ଟି ଲାଗି ହେବ ଆଲୋଚନା । ଏହା ସହ ୟୁକ୍ରେନକୁ ଧାରାବାହିକ ସହାୟତା ଯୋଗାଇବା ପ୍ରସଙ୍ଗରେ ବାଇଡେନ ପରାମର୍ଶ ଦେଇପାରନ୍ତି ।

ସେପଟେ କିଭ ଗସ୍ତ ଲାଗି ରାଷ୍ଟ୍ରପତି ବାଇଡେନଙ୍କ କୌଣସି ଯୋଜନା ନାହିଁ ବୋଲି କହିଛି ହ୍ବାଇଟ୍ ହାଉସ । ଏନେଇ ସୂଚନା ଦେଇଛନ୍ତି ହ୍ବାଇଟହାଉସ ପ୍ରେସ ସଚିବ ଜେନ୍ ସାକି । ତେବେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ଲିଡ ଅଷ୍ଟିନ କିଭ ଯାଇପାରନ୍ତି ବୋଲି ସୂଚନା ମିଳିଛି । ସେପଟେ ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଛି ୫୫ ଦିନ । ପୂର୍ବ ୟୁକ୍ରେନର ଲୁଗାନସ୍କ ଅନ୍ତର୍ଗତ କ୍ରେମିନା ସହରକୁ କବଜା କରିଛନ୍ତି ଋଷ ସେନା ।  କିଭ୍ ନିକଟବର୍ତ୍ତୀ ରୁବିଜନେ ସହର ଋଷ ନିୟନ୍ତ୍ରଣରେ ଥିଲେ ବି ସେଠାରେ ଋଷ ବାହିନୀକୁ ୟୁକ୍ରେନ ସୈନ୍ୟ ଦେଇଛନ୍ତି କଡା ଟକ୍କର ।

କୌଶଳଗତ ଦୃଷ୍ଟିରୁ ରୁବିଜନେ ଅତି ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏଠାରେ ପ୍ରାଣମୂର୍ଚ୍ଛା ସଂଗ୍ରାମ ଜାରି ରହିଛି । ଦୋନେସ୍କ, ଲୁଗାନସ୍କ ଓ ଖାରକିବ ଅଞ୍ଚଳରେ ଋଷ ସେନା ନିଜର ଦବଦବା ଜାରି ରଖିଥିବା ସୂଚନା ମିଳିଛି । କ୍ରେମେନାୟା ଓ ଅନ୍ୟାନ୍ୟ ସହରରେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ଜାରି ରହିଛି । ତେଣେ ୟୁକ୍ରେନର ଚିଫ ଅଫ ଷ୍ଟାଫ କହିଛନ୍ତି ଯୁଦ୍ଧର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ୟୁକ୍ରେନରେ ଋଷ ସୈନ୍ୟଙ୍କ ବିରୋଧରେ କଡ଼ା ମୁକାବିଲା କରାଯିବ । ପୂର୍ବ ୟୁକ୍ରେନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି, ପୂର୍ବାଞ୍ଚଳର ଦୋନବାସରେ ଋଷ ଜୋରଦାର ହମଲା କରିଛି । ଏହି ଅଞ୍ଚଳକୁ କବଜା କରିବା ଲାଗି ଋଷ ବହୁ ପୂର୍ବରୁ ଯୋଜନା କରିଥିଲା ।

Latest Posts

Don't Miss