ଡ୍ରଗ୍ସ ମାମଲାରେ ପୁଣି ଖାରଜ ହେଲା ଅରମାନ କୋହଲିଙ୍କ ଜାମିନ୍‌ ଆବେଦନ

ନୂଆଦିଲ୍ଲୀ:  ଡ୍ରଗ୍ସ ମାମଲାରେ ଅରମାନ କୋହଲିଙ୍କ ଜାମିନ୍‌ ଆବେଦନ ପୁଣିଥରେ ଖାରଜ ହୋଇଛି ।  ଅରମାନଙ୍କୁ ଗତବର୍ଷ ଅଗଷ୍ଟରେ ୧.୨ ଗ୍ରାମ କୋକିନ ସହିତ ଗିରଫ କରାଯାଇଥିଲା । ତାଙ୍କ ଘରେ ଚଢ଼ାଉ ପରେ ତାଙ୍କଠାରୁ କୋକିନ୍‌ ଜବତ ହୋଇଥିଲା । ଏବେ ଏନଡିପିଏସ କୋର୍ଟ ଅରମାନଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଛନ୍ତି ।

କୋର୍ଟଙ୍କ କହିବା ହେଉଛି, ଅରମାନ ଡ୍ରଗ୍ସ ଟ୍ରାଫିକିଂ ମାମଲାରେ ଲିପ୍ତ ଥିଲେ । କମ୍‌ ପରିମାଣର କୋକିନ ଜବତ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଏଥିରେ ସଂପୃକ୍ତ ଥିଲେ । ତେଣୁ ଏହି ମାମଲା ଖୁବ୍‌ ଗମ୍ଭୀର । ଏହାକୁ ନଜରରେ ରଖି ଜାମିନ୍‌ ଦିଆଯାଇପାରିବ ନାହିଁ ।

କେବଳ ସେତିକି ନୁହେଁ ଏମିତି କିଛି ପ୍ରମାଣ ଅରମାନଙ୍କ ମୋବାଇଲରୁ ଜବତ ହୋଇଛି, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ମାମଲା ବୋଲି କୁହାଯାଉଛି ।