ଦୁର୍ଘଟଣାରେ ଚାଲିଗଲା ଜୀବନ: ଜେସିବି ଜାଳିଦେଲେ ଲୋକେ

ନବରଙ୍ଗପୁର: ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ଉତ୍ତେଜନା । ଦୁର୍ଘଟଣା ଘଟାଇଥିବା ଜେସବିକୁ ଜାଳିଲେ ଉତ୍ତ୍ୟକ୍ତ ଲୋକେ । ନବରଙ୍ଗପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ବିଏମସେମଳା ଗାଁର ଦେବେନ୍ଦ୍ର ମାଳି ନିଜ ଦୋକାନ ସାମଗ୍ରୀ ଆଣିବାକୁ କୋଷାଗୁମୁଡା ଯାଇଥିବା ବେଳେ କୋଣ୍ଡାପୁରୀ ନିକଟରେ ଏକ ଜେସେବି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ରାସ୍ତା ପାର୍ଶ୍ୱକୁ ଛିଟକି ପଡ଼ିଥିଲେ ଦେବେନ୍ଦ୍ର ମାଳି । ସ୍ଥାନୀୟ ଲୋକ ସେଠାରୁ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ସ୍ଥାନୀୟ ଲୋକ ଦୁର୍ଘଟଣା ଘଟାଇଥିବା ଜେସିବିକୁ ଜାଳି ଦେଇଛନ୍ତି । ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଏଥିସହିତ ପଢ଼ନ୍ତୁ: ହୃଦୟବିଦାରକ: ଦୁର୍ଘଟଣାରେ ଚାଲିଗଲା ବାପା, ଝିଅ ଓ ନାତିର ଜୀବନ