spot_img

Latest Posts

କାଶ୍ମୀର ପଣ୍ଡିତଙ୍କ ପଳାୟନ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ କଂଗ୍ରେସର…

ନୂଆଦିଲ୍ଲୀ: କାଶ୍ମୀର ପଣ୍ଡିତଙ୍କ ପଳାୟନ ଉପରେ ପ୍ରସ୍ତୁତ ଫିଲ୍ମ ‘ଦି କାଶ୍ମୀର ଫାଇଲ’ ଚର୍ଚ୍ଚାରେ ରହିଆସିଛି । ଯେଉଁଠି କିଛି ଲୋକ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି କରିଛନ୍ତି ସେଠାରେ ୯ଟି ରାଜ୍ୟରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଦିଆଯାଇଛି । ଏହି କ୍ରମରେ କଂଗ୍ରେସର ନେତା ଅଧିର ରଞ୍ଜନ ଚୌଧୁରୀ ଗତ ସୋମବାର ଦିନ ଲୋକସଭାରେ କାଶ୍ମୀର ପଣ୍ଡିତଙ୍କ ପଳାୟନ ବିରୋଧରେ ସ୍ୱର ଉଠାଇଛନ୍ତି ।

ସେ ୧୯୯୦ରେ ହୋଇଥିବା କାଶ୍ମୀର ପଣ୍ଡିତଙ୍କ ପଳାୟନ ପ୍ରସଙ୍ଗରେ ବିଜେପିକୁ ଘେରି କହିଛନ୍ତି ଯେ,ଯେତେବେଳ କାଶ୍ମୀର ପଣ୍ଡିତ ତାଙ୍କ ଘର ଛାଡ଼ିବାକୁ ବାଧ୍ୟ ହେଉଥିଲେ ସେତେବେଳେ ତତ୍କାଳୀନ ବିପକ୍ଷ ଦଳର ନେତା ରାଜୀବ ଗାନ୍ଧି, ତତ୍କାଳିନ ବିପି ସିଂହ ସରକାରଙ୍କୁ କାଶ୍ମୀର ପଣ୍ଡିତ ଏବଂ ଶିଖଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାକୁ କହିଥିଲେ ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ୧୯୯୦ରେ ବିଜେପି ସମର୍ଥୀତ ତତ୍କାଳିନ ପ୍ରଧାନମନ୍ତ୍ରୀ ବିପି ସିଂହଙ୍କ ସରକାର କାର୍ଯ୍ୟରତ ଥିଲା । ଏବଂ ସେହି ସମୟରେ ଜାମ୍ମୁ କାଶ୍ମୀରର ତତ୍କାଳିନ ରାଜ୍ୟପାଳ ଜଗମୋହନ, ପଳାୟନ କରିଥିବା ପଣ୍ଡିତ ଓ ଶିଖଙ୍କୁ କହିଥିଲେ ଯେ, ଆମେ ଆପଣଙ୍କୁ ବଞ୍ଚାଇ ପାରିବୁ ନାହିଁ ଆପଣ ପଳାନ୍ତୁ ।

ସେ ଦାବି କରିଛନ୍ତି ଯେ, ପଳାୟନ ସମୟରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ତାଙ୍କ ରଥଯାତ୍ରା ଆରମ୍ଭ କରିଥିଲେ ଯାହାର ଦାୟିତ୍ୱ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ । ସେତେବେଳ ବିପକ୍ଷ ନେତା ରାଜୀବ ଗାନ୍ଧି ପଳାୟନ ବିରୋଧରେ ସ୍ୱର ଉତ୍ତଳନ କରିଥିଲେ ।

Latest Posts

Don't Miss