spot_img

Latest Posts

ମାର୍ଚ୍ଚ ୨୬ରୁ ଆରମ୍ଭ ହେବ IPLର ୧୫ ତମ ସଂସ୍କରଣ: ପ୍ଳେ ଅଫ୍ ଭେନ୍ୟୁ ହୋଇନାହିଁ ଚୂଡ଼ାନ୍ତ

ମୁମ୍ୱାଇ:  ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୫ତମ ସଂସ୍କରଣ । ୨ମାସ ଧରି ଖେଳାଯିବାକୁ ଥିବା ଏହି ବ୍ୟୟବହୁଳ ପ୍ରିମିୟର ଲିଗ୍ । ଚଳିତ ଥର ଏଥିରେ ୧୦ଟି ଦଳ ଭାଗ ନେବେ ଯାହା ଏବଂ ଏହା ମଇ ୨୯ରେ ଶେଷ ହେବ । ଏ ନେଇ ବସିସିଆଇ ପକ୍ଷରୁ ଖେଳସୂଚୀ ପ୍ରକାଶ ପାଇଛି । ପ୍ରାରମ୍ଭିକ ମ୍ୟାଚ୍‌ରେ ଗତ ସଂସ୍କରଣର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ ।

ମୋଟ ୧୦ଟି ଟିମ୍‌କୁ ଏ ଓ ବି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି । ଗ୍ରୁପ୍ ଏ’ରେ ମୁମ୍ୱାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଏବଂ ନୂଆ ଦଳ ଲକ୍ଷ୍ଣୌ ସୁପର ଜିଆଣ୍ଟସ୍ ରହିଛନ୍ତି ସେହିଭଳି ଗ୍ରୁପ ବି’ରେ ଚେନ୍ନାଇ ସୁପର କିଙ୍ଗସ୍, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ,  ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟନ୍ସ ଏହି ଗ୍ରୁପରେ ସ୍ଥାନ ପାଇଛନ୍ତି ।

ତେବେ ସମସ୍ତ ଲିଗ୍‌ ମ୍ୟାଚ୍‌ ମୋଟର ଚାରୋଟି ଭେନ୍ୟୁରେ ଖେଳାଯିବ । ମୁ୍ମ୍ୱାଇର ଓ୍ୱାଙ୍ଖଡେ, ପୁନେର ଡିଓ୍ୱାଇ ପଟିଲ ଷ୍ଟାଡିୟମ୍‌ରେ ୨୦ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ । ସେହିଭଳି ମୁମ୍ୱାଇର ବ୍ରୋବନ ଷ୍ଟାଡିୟମ୍‌ ଓ ଏମ୍‌ସିଏ ଷ୍ଟାଡିୟମ୍‌ ପୁଣେରେ ୧୫ଟି ମ୍ୟାଚ୍‌ ଖେଳାଯିବ । ତେବେ ଚଳିତ ସଂସ୍କରଣର ପ୍ରଥମ ଡବଲ ହେଡର ମ୍ୟାଚ୍‌ ମାର୍ଚ୍ଚ ୨୭ରେ ଖେଳାଯିବ । ଏହାସହିତ ୨୫ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍‌  ଦେଖିବାକୁ ଅନୁମତି ଦିଆଯିବ । ଏ ନେଇ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଏ ନେ ପ୍ଳେ ଅଫ୍ ମ୍ୟାଚ୍‌ର ଭେନ୍ୟୁ ଚୂଡ଼ାନ୍ତ ହୋଇନାହିଁ ।

Latest Posts

Don't Miss