spot_img

Latest Posts

ଆଜି ସୁଦ୍ଧା କିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁକ୍ରେନର ରାଜଧାନୀ କିଭରେ ପରିସ୍ଥିତି ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି । ଏହାମଧ୍ୟରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ଯଥାଶୀଘ୍ର କିଭ୍ ଛାଡ଼ିବାକୁ ଭାରତୀୟ ନାଗରିକ ଏବଂ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି । ଭାରତୀୟ ଦୂତାବାସ ତରଫରୁ ଜାରି ହୋଇଥିବା ଜରୁରୀକାଳୀନ ଆଡଭାଇଜରୀ ଅନୁଯାୟୀ, କୌଣସି ପ୍ରକାରେ ଯଥାଶୀଘ୍ର ଭାରତୀୟମାନେ କିଭ୍ ଛାଡ଼ି ଦିଅନ୍ତୁ ।

ଏନେଇ କିଭ୍ ସ୍ଥିତ ଭାରତୀୟ ଦୂତାବାସ ଟ୍ୱିଟ୍ କରିଛି । କିଭରେ ରହୁଥିବା ଭାରତୀୟ ଛାତ୍ର ସମେତ ସମସ୍ତ ନାଗରିକଙ୍କୁ ଆଜି ତୁରନ୍ତ କିଭ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପଲବ୍ଧ ଥିବା ଟ୍ରେନ୍ ମାଧ୍ୟମରେ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ତୁରନ୍ତ କିଭ୍ ଛାଡ଼ିବାକୁ କହିଛି ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂୂତାବାସ ।

ଅନ୍ୟପଟେ ୨୧୬ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ଆଜି ଅଷ୍ଟମ ବିମାନ ବୁଦ୍ଧାପେଷ୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ସେହିପରି ଅପରେସନ୍ ଗଙ୍ଗା ଅଧିନରେ, ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ନେଇ ସପ୍ତମ ବିମାନ ମଧ୍ୟ ଭାରତରେ ପହଞ୍ଚିଛି। ସୂଚନା ଅନୁସାରେ ୧୮୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ସପ୍ତମ ବିମାନ ମଙ୍ଗଳବାର ସକାଳେ ରୋମାନିଆରୁ ମୁମ୍ବାଇରେ ପହଞ୍ଚିଛି । କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଭାରତୀୟ ଛାତ୍ରମାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ।

Latest Posts

Don't Miss