ୟୁକ୍ରେନ୍ ସେନାରେ ସାମିଲ ପାଇଁ ଧାଡ଼ିରେ ଛିଡା ୮୦ ବର୍ଷୀୟ ବୃଦ୍ଧ, ଫଟୋ ଭାଇରାଲ୍
1 min readୟୁକ୍ରେନ୍ ଓ ଋଷ ସେନା ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ। ଏହା ଭିତରେ ସୋସିଆଲ୍ ମିଡ଼ିଆରେ ଏଭଳି ସବୁ ଚିତ୍ର ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ହୃଦୟ ଥରି ଉଠିବ।
UNBEARABLE. ? A Ukrainian father says goodbye to his family as he sends them to a safe zone and prepares to stay back and fight. (via straightoutathesixtv) #RussiaUkraineConflict pic.twitter.com/M7logpDlNS
— Josh Benson (@WFLAJosh) February 24, 2022
ନିକଟରେ ୟୁକ୍ରେନର ଏକ ମେଟ୍ରୋ ଷ୍ଟେସନରେ ଦମ୍ପତ୍ତି ଛଳ ଛଳ ଆଖିରେ ପରସ୍ପର ଠାରୁ ବିଦାୟ ନେଉଥିବାର ଦୃଶ୍ୟ ଖୁବ୍ ଭାଇରାଲ୍ ହୋଇଥିଲା । ଯେଉଁଠି ଝିଅଟି ବାପାଙ୍କ ପାଇଁ ଖୁବ୍ କାନ୍ଦୁ ଥିଲା ଆଉ ବାପା ଇଚ୍ଛା ନଥାଇ ମଧ୍ୟ କାନ୍ଦିକାନ୍ଦି ଦେଶ ପାଇଁ ବିଦାୟ ଦେଇଥିଲେ। ଯେଉଁ ଦୃଶ୍ୟ ଖୁବ୍ ହୃଦୟ ବିଦାରକ ଥିଲା।
Someone posted a photo of this 80-year-old who showed up to join the army, carrying with him a small case with 2 t-shirts, a pair of extra pants, a toothbrush and a few sandwiches for lunch. He said he was doing it for his grandkids. pic.twitter.com/bemD24h6Ae
— Kateryna Yushchenko ? ?? (@KatyaYushchenko) February 24, 2022
ସେହିପରି ଏବେ ୟୁକ୍ରେନ୍ ସେନାରେ ସାମିଲ ହେବା ଲାଗି ଧାଡିରେ ଛିଡା ହୋଇଥିବା ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କର ଫଟୋ ଭାଇରାଲ୍ ହେବାରେ ଲାଗିଛି । କ୍ୟାଟ୍ରିନା ୟୁଶ୍ଚିକୋଙ୍କ ଦ୍ୱାରା ଏହି ଫଟୋ ଟ୍ୱିଟରରେ ସେୟାର କରାଯାଇଛି । ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ବ୍ୟାଗ୍ ଧରି ଲମ୍ବା ଧାଡିରେ ଠିଆ ହୋଇଛନ୍ତି । ତାଙ୍କ ବ୍ୟାଗରେ ଥିବା ଜିନିଷ ଦେଖିଲେ ଆଖିରେ ଲୁହ ଆସିଯିବ । ସେ ସାଙ୍ଗରେ ଦୁଇଟି ପ୍ୟାଣ୍ଟ ଓ ସାର୍ଟ, ଟୁଥ ବ୍ରସ୍ ଓ କିଛି ଖାଇବା ଆଣିଥିଲେ ବୋଲି କ୍ୟାପସନରେ ଲେଖାହୋଇଛି। ଏହି ଫଟୋକୁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛି। ଦେଶ ପାଇଁ ବୃଦ୍ଧଙ୍କ ଭଲପାଇବାକୁ ସବୁଠି ପ୍ରଶଂସା କରାଯାଉଛି ।