ଦୁଇଟି ବିଶ୍ୱଯୁଦ୍ଧ ପରେ ପୁଣି ଏକ ଯୁଦ୍ଧ ଆଡ଼କୁ ମୁହାଁଉଛି ବିଶ୍ୱ: ଆମେରିକା
1 min readନୂଆଦିଲ୍ଲୀ: ଯୁଦ୍ଧ ଲାଗି ୟୁକ୍ରେନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୟୁକ୍ରେନ ସୀମାରେ ଦେଢ ଲକ୍ଷରୁ ଅଧିକ ସୈନ୍ୟଙ୍କୁ ବର୍ତ୍ତମାନ ସୁଦ୍ଧା ମୁତୟନ କରିଛି ୟୁକ୍ରେନ । ସେପଟେ ଜାତିସଂଘ ନିରାପତ୍ତା ପରିଷଦରେ ଋଷ ବିରୋଧରେ ଅଭିଯୋଗ କରିଛି ଆମେରିକା । ଏହା ସହ ଯୁଦ୍ଧ ଲାଗି ଋଷ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରିଛି ଏବଂ ସୈନ୍ୟ ପ୍ରତ୍ୟାହାର ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦର୍ଶାଇଛି ଆମେରିକା । ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଯୋଗଦେଇ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ୟୁକ୍ରେନ ସୀମାରେ ଋଷ ୧ ଲକ୍ଷ ୫୦ ହଜାର ସୈନ୍ୟଙ୍କୁ ମୁତୟନ କଲାଣି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବର୍ତ୍ତମାନ ବିପଦ ମୁହଁକୁ ଯାଇଛି । ଦୁଇଟି ବିଶ୍ବଯୁଦ୍ଧ ଓ ଗୋଟିଏ ଶୀତଳ ଯୁଦ୍ଧ ପରେ ପୁଣି ଥରେ ଆଉ ଏକ ଯୁଦ୍ଧ ମୁହଁକୁ ବିଶ୍ବ ଗତିକରୁଛି ବୋଲି ସେ କହିଛନ୍ତି ।
ସେହିପରି ଭାରତ ମଧ୍ୟ ୟୁକ୍ରେନ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି ବୋଲି କହିଛନ୍ତି ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୂର୍ତ୍ତି । ସେ କହିଛନ୍ତି- ସକରାତ୍ମକ କୂଟନୈତିକ ଆଲୋଚନା ଜରିଆରେ ଏହି ବିବାଦର ସମାଧାନ ସମ୍ଭବ । ସେପଟେ ୟୁକ୍ରେନର କେତେକ ସ୍ଥାନରେ ଗୋଳାମାଡ କରାଯାଇଛି ଏବଂ କିଛି ଘର ନଷ୍ଟ ହୋଇଥିବା ନେଇ ଅଭିଯୋଗ କରିଛି ଆମେରିକା । ଏହାର ଫଟୋ ମଧ୍ୟ ପ୍ରକାଶ କରାଯାଇଛି । ଏହାସହ ୟୁକ୍ରେନ ସୈନ୍ୟ ଓ ଋଷୀୟ ସହାୟତାପ୍ରାପ୍ତ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଏକ ଯୁଦ୍ଧ ଲାଗି ଋଷ କ୍ଷେତ୍ର ପ୍ରସ୍ତୁତ କରୁଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ ।
Any steps that increase tension may best be avoided by all sides in the larger interest of securing international peace and security. Quiet and constructive diplomacy is the need of the hour: India's Permanent Rep to United Nations TS Tirumurti, at UNSC meeting on Ukraine pic.twitter.com/TgstlTYliL
— ANI (@ANI) February 17, 2022
ଅନ୍ୟପକ୍ଷରେ ଭାରତୀୟମାନଙ୍କୁ ନିରାପଦରେ ସ୍ୱଦେଶ ଆଣିବା ଲାଗି ଦେଶର ବିଭିନ୍ନ ଏୟାରଲାଇନ୍ସକୁ ଅନୁରୋଧ କରିଛନ୍ତି ସରକାର । ୟୁକ୍ରେନରୁ ଭାରତକୁ ଅଧିକ ସଂଖ୍ୟକ ବିମାନ ଚଳାଇବା ଲାଗି ବୈଦେଶିକ ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚୀ ପରାମର୍ଶ ଦେଇଛନ୍ତି । ଏୟାରବବଲ ରାଜିନାମା ଅନୁସାରେ ଅଧିକ ବିମାନ ଚଳାଚଳ କରିବକୁ ବ୍ୟବସ୍ଥା କରାଯାଇଥିବାବେଳେ କୋଭିଡ କଟକଣାକୁ ହଟାଇ ଦିଆଯାଇଛି । ତେଣେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜର୍ମାନୀ ଓ ଫ୍ରାନ୍ସ ଗସ୍ତରେ ଯାଇ ମ୍ୟୁନିକ ନିରାପତ୍ତା ସମ୍ମିଳନୀରେ ୟୁକ୍ରେନ ପରିସ୍ଥିତି ଓ ଭାରତର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିବେ ବୋଲି ସୂଚନା ମିଳିଛି ।