ଦୁର୍ନୀତିଖୋର ସରକାରୀ କର୍ମଚାରୀ ସାବଧାନ !

1 min read
Mo Sarkar 5T Helped Vigilance To Trap Corrupt Officials

କଟକ: ଭିଜିଲାନ୍ସ ନିର୍ଦ୍ଦେଶକଙ୍କ କଡ଼ା ଚେତାବନୀ । ଛୋଟବଡ଼ କେହି ବି ବର୍ତ୍ତି ପାରିବେ ନାହିଁ । 5T ଛାଟ କେତେବେଳେ କାହା ଉପରେ ବି ପଡ଼ିପାରେ । ତେଣୁ ଲାଞ୍ଚ ନେବା ଆଗରୁ, ଦୁର୍ନୀତି କରିବା ଆଗରୁ ହଜାରେ ଥରେ ଚିନ୍ତା କରନ୍ତୁ । କେବଳ ଚାକିରି କାର୍ଯ୍ୟକାଳ ସମୟରେ ନୁହେଁ, ଅବସର ପରେ ଅୟସ୍ କରୁଥିବା ବେଳେ ଦୁର୍ନୀତିର ପୁରୁଣା ଫାଇଲ୍ ଖୋଲି ଯାଇପାରେ । ପ୍ରମାଣ ମିଳିଲେ ଗିରଫ ବି ହୋଇ ପାରନ୍ତି । ଯଶୱନ୍ତ ଜେଠୱାଙ୍କ ଏଭଳି ଚେତାବନୀ ଆଜି ସରକାରୀ କର୍ମଚାରୀ ମହଲରେ ହଲଚଲ୍ ସୃଷ୍ଟି କରିଛି ।

ଏଥିସହ ପଢ଼ନ୍ତୁ: ଆୟ ଠାରୁ ୫୦୦% ଅଧିକ ସମ୍ପତ୍ତି ଠାବ, ପାଳିଥିଲେ ୨ ଲକ୍ଷ ଟଙ୍କାର କୁକୁର

5T ମୋ ସରକାର ଅଭିଯାନକୁ ଖୁବ୍ ସଫଳତା ମିଳିଛି । ଲୋକଙ୍କ ଆସ୍ଥା ବଢୁଛି । ଦୁର୍ନୀତିଖୋରଙ୍କ ସମ୍ପର୍କରେ ଜନତା ନିର୍ବିଘ୍ନରେ ସିଧାସଳଖ ବିଭାଗକୁ ଦେଉଛନ୍ତି ସୂଚନା । ଏହା ବାଦ୍ ଛଦ୍ମବେଶରେ ସବୁଠି ବୁଲୁଛନ୍ତି ଗୁପ୍ତଚର ।  ଦୁର୍ନୀତିଗ୍ରସ୍ତଙ୍କୁ ଧରିବାକୁ ବିଭାଗ ରେଡ୍ ପୂର୍ବର ତଥ୍ୟ ଓ ଟ୍ରାପ୍ ପରର ତଥ୍ୟକୁ ଭିତ୍ତି କରି ତଦନ୍ତକୁ ତ୍ୱରାନ୍ୱିତ କରୁଛି ଭିଜିଲାନ୍ସ । ଦୁର୍ନୀତିର ହଟସ୍ପଟ୍ ପାଲଟିଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଉପରେ ନଜର ରଖିଛି ବିଭାଗ ।

ସେବାର ସଂକଳ୍ପକୁ ଭୂଲି କଳାସାମ୍ରାଜ୍ୟ ଗଢୁଥିବା ସରକାରୀ କର୍ମଚାରୀ ଓ ବାବୁଙ୍କ ବିରୋଧରେ ଏବେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଆକ୍ରମଣ । ପାପର ପାହାଡ଼ ଉପରେ ଛିଡ଼ା ହୋଇ ନିଜକୁ ପାୱାରଫୁଲ୍ କହୁଥିବା ବାବୁଙ୍କୁ ଏବେ ଖୋଜି ଖୋଜି ଟାଣି ଆସୁଛି ଓଡ଼ିଶା ମୋ ସରକାର ଅଭିଯାନ । ଏବେ କେବଳ ଅପେକ୍ଷା, ୟା ପରେ କାହା ପାଳି ? ୨୦୨୨ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ମୋଟ ୩୧ଟି ମାମଲା ଭିଜିଲାନ୍ସ ରୁଜୁ କରିଥିବା ବେଳେ ୪ ଜଣ ପ୍ରଥମ ଶ୍ରେଣୀ ଅଫିସର ବି ବର୍ତ୍ତି ପାରି ନାହାଁନ୍ତି । ମୋଟ ୨୩ଜଣ ଗିରଫ ହୋଇଛନ୍ତି ।

Leave a Reply