ଅଣ୍ଡର-୧୯ ବିଶ୍ୱକପ ଫାଇନାଲ, ଇଂଲଣ୍ଡକୁ ପରାସ୍ତ କରି ପଞ୍ଚମ ଥର ଟ୍ରଫି ଉଠାଇବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ
1 min readଆଣ୍ଟିଗୁଆ: ଆଜି ଅଣ୍ଡର-୧୯ ବିଶ୍ୱକପରେ ଫାଇନାଲ ଫାଇଟ । ଫାଇନାଲ ଫାଇଟରେ ଆଣ୍ଟିଗୁଆରେ ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ ।ଚାରି ଥର ବିଶ୍ୱକପ ବିଜେତା ଭାରତ ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ଦଳ ଅଟେ । ତେବେ ଚଳିତ ବର୍ଷ ୟଶ ଧୁଲଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚରେ ବିଜୟ ଲାଭ କରି ପଞ୍ଚମ ଥର ପାଇଁ ଏହି ଟାଇଟଲ ନିଜ ନାମରେ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ଭାରତୀୟ ସମୟ ୬.୩୦ରେ ଆଣ୍ଟିଗୁଆର ସାର ଭିଭିଏନ୍ ରିଚାର୍ଡ ଷ୍ଟାଡିୟମରେ ଖେଳାଯିବ ।
?? ???????
An exciting #U19CWC 2022 Final awaits ⌛️
Who will lift this shiny trophy? pic.twitter.com/YhAIEoUg0Y
— ICC (@ICC) February 4, 2022
ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଫାଇନାଲରେ ବିଜୟ ଲାଭ କରି ଇତିହାସ ରଚିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଭାରତ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ବିଶ୍ୱକପ ନିଜ ନାମରେ କରିଥିଲା ଟିମ୍ ଇଣ୍ଡିଆ । ସେପଟେ ଇଂଲଣ୍ଡ ଏହି ମ୍ୟାଚକୁ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ । କାହିଁକି ନା ଇଂଲଣ୍ଡ ୧୯୯୮ରେ ପ୍ରଥମ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଥିଲା । ଏହା ପରଠାରୁ ଇଂଲଣ୍ଡ ଆଉ କୌଣସି ଟ୍ରଫି ଜିତିପାରିନାହିଁ । ତେଣୁ ଏହି ମ୍ୟାଚକୁ ଇଂଲଣ୍ଡ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ ।
ୟଶ ଧୁଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଅପରାଜୟ ଭାବରେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଲିଗ୍ ପର୍ଯ୍ୟାୟରେ ତିନୋଟି ମ୍ୟାଚରେ ମିଜୟ ଲାଭ କରିବା ପରେ କ୍ୱାଟର ଫାଇନାଲରେ ଭାରତ ଭେଟିଥିଲା ବାଂଲାଦେଶକୁ । କ୍ୱାଟର ଫାଇନାଲରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା । ସେହିପରି ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୯୪ ରନ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା । ତେବେ ଆଜି କେଳାଯିବାକୁ ଥିବା ଫାଇନାଲରେ ଭାରତ ଇଂଲଣ୍ଡକୁ ପରାସ୍ତ କରି ପଞ୍ଚମ ଥର ପାଇଁ ବିଶ୍ୱ ବିଜେତା ହେବାକୁ ଚେଷ୍ଟା କରିବ ବ୍ଲୁ ବ୍ରିଗେଡ ।