ମାୟାନଗରୀରୁ ଧରା ପଡ଼ିଲା ଗେ ସେକ୍ସ ରାକେଟ୍, ‘ଆପ୍’ରେ ଚାଲିଥିଲା କାରବାର
1 min readମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଗେ ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି ପୋଲିସ । କୁହାଯାଇଛି ଏଭଳି ଗେ ସେକ୍ସ ରାକେଟ୍ ପ୍ରଥମଥର ଧରାପଡ଼ିଛି । ମାମଲାରେ ପୋଲିସ ୩ ଯୁବକଙ୍କୁ ଗିରଫ କରିଛି । ବିଗତ କିଛିମାସ ହେଲା ଅନଲାଇନ୍ ଡେଟିଂ ଆପ୍ ‘ଗ୍ରାଇଣ୍ଡର’ ମାଧ୍ୟମରେ ସେକ୍ସ ରାକେଟ୍ ଚାଲିଥିଲା । ପୋଲିସ ଅନୁସାରେ, ଅଭିଯୁକ୍ତ ଲୁଟ୍ କରିବା ସହ ଅନୈତିକ ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲ୍ କରି ଟଙ୍କା ମାଗୁଥିଲେ ।
Maharashtra | We've arrested 3 ppl &busted a gang that was allegedly running a gay sex racket through an app. We've received a complaint from a person that 5 people thrashed him, took away cash, cards&posted an objectionable video of him on social media: Hasan Mulani, SI, Malwani pic.twitter.com/fUq7XNFGMa
— ANI (@ANI) January 19, 2022
‘ଗ୍ରାଇଣ୍ଡର’ ଆପ୍ ଡାଉନଲୋଡ୍ ପରେ ସେଥିରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡ଼ୁଥିଲା । ଏହା ପରେ ସ୍ଥାନ ଅନୁଯାୟୀ ସମଲିଙ୍ଗୀ ଯୁବକ ଜଣେ ଅନ୍ୟ ଜଣଙ୍କ ସହ ମିଶୁଥିଲେ । ପ୍ରଥମେ କଥାବାର୍ତ୍ତା ହେବା ପରେ ଅନୈତିକ ସମ୍ବନ୍ଧ ରଖୁଥିଲେ । ଜଣେ ବ୍ୟକ୍ତିଙ୍କୁ ପାଞ୍ଚ ଜଣ ମାଡ଼ ମାରିବା ସହ ଟଙ୍କା ଓ କାର୍ଡ ନେଇ ଯାଇଥିବା ଏବଂ ଆପତ୍ତିଜନକ ଭିଡିଓ କରିଥିବା ପୋଲିସରେ ଅଭିଯୋଗ ହୋଇଥିଲା ।
ପୋଲିସ ଅନୁସାରେ, ପୀଡ଼ିତ ଟଙ୍କା ନଦେଲେ ଅଭିଯୁକ୍ତ ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଦେବା ନେଇ ଧମକ ଦେଇଥିଲେ । ଏହାପରେ ପୀଡ଼ିତ ଏକଥାକୁ ପରିବାର ଓ ପୋଲିସକୁ ଜଣାଇଥିଲେ । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ଠାରୁ ଗେ ସେକ୍ସ ରାକେଟ ସମ୍ପର୍କରେ ଜଣାପଡ଼ିଛି ।