ଲୋକଙ୍କ ସେବା ନେଇ ସମର୍ପିତ ରାଜନେତା ସମରେନ୍ଦ୍ର: ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତ, କିନ୍ତୁ ପିନ୍ଧି ଚାଲିଛନ୍ତି ବିଜୟ ମୁକୁଟ

ଦେବଗଡ଼: ରାଜନୀତିରେ ସ୍ୱଚ୍ଛ ଭାବମୂର୍ତ୍ତି । ୨ ଥରର ବ୍ଲକ୍ ଅଧ୍ୟକ୍ଷ, ତଥାପି ଭଲ ଘର ଖଣ୍ଡେ ନାହିଁ । ଚାଳଛପର ଘରେ ରହୁଛନ୍ତି ଦେବଗଡ଼ ଜିଲ୍ଲା ବାରକୋଟର ସମରେନ୍ଦ୍ର କୁମାର ଜିତ୍ । ମାନବସେବାକୁ ମାଧବସେବା ବିଶ୍ୱାସ କରି ନିସ୍ୱାର୍ଥପର ଭାବେ ଲୋକଙ୍କ ସେବା କରିଚାଲିଛନ୍ତି । ଆଉ ଏହି ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ବ୍ୟକ୍ତିତ୍ୱକୁ ବିଶ୍ୱାସ କରିଛି ବିଜେଡି । ବାରକୋଟ ଜିଲ୍ଲା ପରିଷଦ ପ୍ରାର୍ଥୀ ଟିକେଟ୍ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି ।

ରାଜନୀତିରେ ବିରଳ ବ୍ୟକ୍ତିତ୍ୱ । ଦୁର୍ନୀତି ମୁକ୍ତ ରାଜନୀତିକୁ ବିଶ୍ୱାସ । ନିସ୍ୱାର୍ଥପର ମାନବସେବାରେ ଇଚ୍ଛା । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ । ନା ଅଛି ରାଜନେତାଙ୍କ ପରି ଠାଣି, ନା ବେଶବୁସା । ନା ଗାଡି ଅଛି, ନା ଆଖି ଝଲସିଲା ଭଳି ଅଟ୍ଟାଳିକା । ପାଦରେ ହାଓ୍ୱାଇ ଚପଲ, ଆଉ ଦେହରେ ଖଣ୍ଡେ ସୂତା ଗଜି । ଏତିକରେ ଚାଲିଛି ରାଜନୀତି । ଦୁଇଥର ବ୍ଲକ୍ ଅଧ୍ୟକ୍ଷ ହୋଇଛନ୍ତି, ହେଲେ ଦୁର୍ନୀତି ପାଖ ପାସିନାହିଁ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇଛି ରାଜନୀତିର ପସାପାଲିରେ ଗୋଟି ଗଡ଼ାଇ ଚାଲିଛନ୍ତି ଦେବଗଡ଼ ଜିଲ୍ଲା ବାରକୋଟର ସମରେନ୍ଦ୍ର କୁମାର ଜିତ୍ । ମାନବସେବାକୁ ମାଧବସେବା ଭାବି ଜାରି ରଖିଛନ୍ତି ସ୍ୱଚ୍ଛ ରାଜନୀତି ।

ରାଜନୀତିରେ ସମରେନ୍ଦ୍ରଙ୍କର ରହିଛି ଲମ୍ବା ଅଭିଜ୍ଞତା । ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ନିରନ୍ତର ଭାବେ ସମାଧାନ କରିଚାଲିଛନ୍ତି ସମରେନ୍ଦ୍ର । ଆଉ ଏହି ସ୍ୱଚ୍ଛ ରାଜନିତୀଜ୍ଞଙ୍କ ହାତରେ ବାରକୋଟ ଜିଲ୍ଲା ପରିଷଦ କମାଣ ସମ୍ଭାଳିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ବିପେଜି ଓ କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ଅଙ୍କକଷୁ ଥିବାବେଳେ ବିଜେଡି ସମରେନ୍ଦ୍ର ସାମ୍ନାକୁ ଆଣି ବିରୋଧୀଙ୍କୁ ଚେକ୍ ଦେବାକୁ ପ୍ରୟାସ କରିଛି । ଦୁର୍ନୀତି ମୁକ୍ତ ରାଜନୀତିରେ ବିଶ୍ୱାସ ରଖୁଥିବା ବିଜେଡି ସମରେନ୍ଦ୍ରଙ୍କୁ ସାମ୍ନାକୁ ଆଣିବା ପରେ ଭୋଟରଙ୍କ ସମର୍ଥନ ମଧ୍ୟ ବଢିଯାଇଛି ।

ଏଥିସହିତ ପଢ଼ନ୍ତୁ: ମାଓବାଦୀଙ୍କୁ ବଡ଼ ଝଟକା: ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନିପାତ

Leave a Reply