ଉତ୍ତରାଖଣ୍ଡରେ ବଢ଼ୁଛି ବିଜେପି କନ୍ଦଳ: ମନ୍ତ୍ରୀ ହରକ ସିଂ ଦଳରୁ ବହିଷ୍କୃତ

ଡେହରାଡୁନ୍: ଉତ୍ତରାଖଣ୍ଡ ବିଜେପିରେ ବଢ଼ିଲା କନ୍ଦଳ । ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ବାକିଥିବାବେଳେ ବରିଷ୍ଠ ମନ୍ତ୍ରୀ ହରକ ସିଂ ରାଓ୍ୱତଙ୍କୁ କରାଯାଇଛି ବହିଷ୍କାର । କିଛି ମାସ ଧରି ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ହେଉଥିବାବେଳେ ତାଙ୍କର ବିଭିନ୍ନ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା । ତାଙ୍କୁ ବହିଷ୍କାର କରିବା ଲନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟପାଳଙ୍କ ନିକଟକୁ ମଧ୍ୟ ପତ୍ର ଲେଖିଛନ୍ତି ।

ଏହା ସହ ରାଓ୍ୱତଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ଦଳର ପ୍ରାଥମିକ ସଦସ୍ୟ ପଦରୁ ୬ ବର୍ଷ ଲାଗି ବହିଷ୍କାର କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି ରାଓ୍ୱତ ତାଙ୍କ ପରିବାରର ବିଭିନ୍ନ ସଦସ୍ୟଙ୍କୁ ଟିକେଟ ପ୍ରଦାନ ଲାଗି ଦାବି କରିଆସୁଥିଲେ । ସେ କିଛି ଦିନ ଧରି କଂଗ୍ରେସ ସହ ସମ୍ପର୍କରେ ଥିବା ନେଇ ଅଭିଯୋଗ ହୋଇଆସୁଥିଲା । ସେହିପରି ବିଜେପି ନେତାଙ୍କ ସହ ତାଙ୍କର କ୍ରମାଗତ ମନୋମାଳିନ୍ୟ ରହିଥିଲା । ଆସନ୍ତା ଫେବ୍ରୁଆରୀ ୧୪ ତାରିଖରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

ଏଥିସହିତ ପଢ଼ନ୍ତୁ: ବାଘୁଣୀର ଶେଷକୃତ୍ୟ ସମସ୍ତଙ୍କୁ କଲା ଚକିତ: ଲୋକେ କହିଲେ, ଭାରତରେ କେବଳ ଏମିତି ସମ୍ଭବ

Leave a Reply