ରାଜଧାନୀରେ ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨୧ ହଜାର ସଂକ୍ରମିତ ଚିହ୍ନଟ

1 min read

ନୂଆଦିଲ୍ଲୀ: ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ ହଜାର ମାମଲା ଚିହ୍ନଟ ହୋଇଛି । ଦେଶରେ ଚିହ୍ନଟ ହେଉଥିବା ମାମଲା ମଧ୍ୟରୁ ଦିଲ୍ଲୀ ଓ ମହାରାଷ୍ଟ୍ର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ କଥା ଯଦି କହିବା ଦିଲ୍ଲୀରେ କରୋନା ସଂକ୍ରମଣ ଉପରମୁହାଁ ରହିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୧ ହଜାରରୁ ଅଧିକ କେସ୍ ଚିହ୍ନଟ ହୋଇଛି । ସେହିପରି ଭାବରେ ୨୪ ଘଣ୍ଟାରେ କରୋନା ମହାମାରୀରେ ୨୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

ରିପୋର୍ଟ ଅନୁସାରେ ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ରେଟ୍ ୨୫.୬୫ ପ୍ରତିଶତରେ ପହଞ୍ଚିଛି । ରାଜଧାନୀରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସକ୍ରିୟ ମାମଲା ୭୪ ହଜାର ୮୮୧ରେ ପହଞ୍ଚିଛି । ଯାହା ବିଗତ ୮ ମାସରେ ସର୍ବାଧିକ ସକ୍ରିୟ ମାମଲା । ତେବେ ମୋଟ ଆକ୍ରାନ୍ତ ମଧ୍ୟରୁ ଦିଲ୍ଲୀରେ ଏବେ ୫୦ ହଜାର ୭୯୬ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି । ସେହିପରି ୨୪ ଘଣ୍ଟାରେ ୧୨ ହଜାର ୧୬୧ ମାମଲା କରୋନାରୁ ସୁସ୍ଥ ହୋଇଛନ୍ତି ।

ନୂଆବର୍ଷ ପରଠାରୁ ରାଜଧାନୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଜାନୁଆରୀ ୧ରେ ଦିଲ୍ଲୀରେ ୨୭୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ୨ ଜାନୁଆରୀରେ ୩୧୯୪, ୩ ଜାନୁଆରୀରେ ୪୦୯୯, ୫ ଜାନୁଆରୀରେ ୧୦ ହଜାର ୬୬୫, ୬ ଜାନୁଆରୀରେ ୧୫ ହଜାର ୯୭, ୭ ଜାନୁଆରୀରେ ୧୭ ହଜାର ୩୩୫, ୮ ଜାନୁଆରୀରେ ୨୦ ହଜାର ୧୮୧, ୯ ଜାନୁଆରୀରେ ୨୨ ହଜାର ୭୫୧ ଓ ୧୦ ଜାନୁଆରୀରେ ୧୯ ହଜାର ୧୬୬ କେସ୍ ଚିହ୍ନଟ ହୋଇଥିଲା ।

Leave a Reply