୧୪ ସାଇବର ଥାନାର ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟ ୩ଟି ଉନ୍ନତି ଥାନାର ଶୁଭାରମ୍ଭ କରିବେ ନବୀନ । ଥାନାରେ ୧୫୪ ପୋଲିସ କର୍ମଚାରୀ ଓ ୯୦ ଜଣ ବିଶେଷଜ୍ଞ ନିୟୋଜିତ ହେବେ । ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ତିନୋଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ ।

ଥାନା ମାନଙ୍କରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି । ଏହା ବ୍ୟତୀତ ଫାଇନାନସ ଓ ଆକାଉଣ୍ଟ ଆନାଲିସିଷ୍ଟ, ଆଇଟି ଏକ୍ସପର୍ଟ, ସାଇବର ଫରେନସିକ ଏକ୍ସପର୍ଟ ପରି ୯୦ ଜଣ ବିଶେଷଜ୍ଞକୁ ଥାନାରେ ନିୟୋଜିତ କରାଯିବ । ସାଇବର ଅପରାଧ ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ହେଇଛି । ରାଜ୍ୟରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଛି । ଏସବୁ ଅପରାଧର ଯଥାର୍ଥ ଅନୁସଂଧାନ ଓ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ । ତେଣୁ ସାଇବର ଅପରାଧ ତଥା ତଦଜନିତ ଆର୍ଥିକ ଅପରାଧକୁ ରୋକିବାକୁ କାମ କରିବ ସାଇବର ଥାନା । ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୪ଟି ସ୍ୱତନ୍ତ୍ର ଥାନାର ଆଜି ଶୁଭାରମ୍ଭ ହେବ ।

ଏଥିସହିତ ପଢ଼ନ୍ତୁ: ‘ମାଇଣ୍ଡ ଗେମ୍’ ନାଁରେ ବଡ଼ ପରଦାକୁ ଆସିବ ‘ପାଟଣାଗଡ଼’ ବିସ୍ଫୋରଣ କାହାଣୀ

 

Leave a Reply