ଭିମସାରରେ ପୁଣି ୨ଜଣ ଡେଲ୍ଟା ପ୍ଳସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ
1 min readସମ୍ବଲପୁର: ଭିମସାରେ ପୁଣି ୨ଜଣଙ୍କ ଠାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ବେନ୍ସିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା । ମୋଟ ୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨ ଜଣଙ୍କ ଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଆଉ ଏବେ ଆଉ ୨ ଜଣଙ୍କ ଠାରେ ଚିହ୍ନଟ ହୋଇଛି ଡେଲଟା ପ୍ଲସ ଭାରିଏଣ୍ଟ ।
ଅନ୍ୟପକ୍ଷରେ ଓମିକ୍ରନ୍କୁ ନେଇ ଡର ବଢୁଥିବା ବେଳେ କରୋନା ସଂକ୍ରମଣ କମିବା ଆଶ୍ୱସ୍ତି ଦେଇଛି । ଆକ୍ଟିଭ କେସ୍ ମଧ୍ୟ ୨ ହଜାର ତଳକୁ ଖସିଥିବା ବେଳେ ସଂକ୍ରମଣ ସାମାନ୍ୟ କମିଲା। ରାଜ୍ୟରେ ୨୪ ଘଣ୍ଟାରେ ୧୨୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୭୫ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୩୭୬୯ ଜଣକୁ ବୃଦ୍ଧି ପାଇଛି।
Covid-19 Report For 24th December
New Positive Cases: 124
Of which 0-18 years: 17
In quarantine: 75
Local contacts: 49(Details of local contacts will be shared by concerned District)
1. Angul: 2
2. Balasore: 3
3. Bargarh: 6
4. Bhadrak: 3
5. Balangir: 1
6. Cuttack: 8— I & PR Department, Odisha (@IPR_Odisha) December 25, 2021