ଫୋନ୍ କରି ସହଯୋଗର ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ: ଭାବବିହ୍ୱଳ ହେଲେ ପୂର୍ବତନ ସେନା ଅଧିକାରୀ
1 min readନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକଙ୍କ ସହ ସମ୍ପର୍କ ଯୋଡ଼ି ଆସେ । ଯାହାକୁ ବିରୋଧୀ ମଧ୍ୟ ସ୍ୱୀକାର କରନ୍ତି । ଯାହାର ଏକ ଉଦାହରଣ ନିକଟ ଅତୀତରେ ଦେଖିବାକୁ ମିଳିଛି । ୨୦୧୬ ମସିହାରେ ସର୍ଜିକାଲ ଷ୍ଟ୍ରାଇକ ଟିମ୍ର କମାଣ୍ଡର ଥିବା ଲେଫ୍ଟନାଣ୍ଟ ଜେନେରାଲ୍ (ଅବସରପ୍ରାପ୍ତ) ଦୀପେନ୍ଦ୍ର ସିଂହ ହୁଡ୍ଡାଙ୍କ ଭଉଣୀ ସୁଷମାଙ୍କୁ କର୍କଟ ହୋଇଛି । ସୁଷମା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କର୍କଟ ରୋଗର ଚିକିତ୍ସା ନେଇ ଏକ ନୂଆ ଔଷଧକୁ ଭାରତରେ ମଞ୍ଜୁରୀ ଦେବାକୁ ଦାବି କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ହୁଡ୍ଡାଙ୍କୁ ଫୋନ୍ ଆସିଥିଲା ଏବଂ ସେମାନଙ୍କୁ ପକ୍ଷରୁ ସହଯୋଗର ଆଶ୍ୱାସନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବେ ଯୋଗଯୋଗ କରାଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ସେନାର ଏହି ପୂର୍ବତନ ଅଧିକାରୀ । ଏବଂ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଏହି ମାନବିକତାର ଭୂରି ଭୂରି ପ୍ରଶଂସା କରିଛନ୍ତି ।
Received a call from @PMOIndia and spoke with PM Narendra Modi who expressed concern over the case. Truly humbled and honoured on receiving his call and his words that the case would be looked into. Proud to be an Indian and even prouder of the PMs personal intervention. Jai Hind https://t.co/FPBVAPVWQ2
— Lt Gen D S Hooda (@LtGenHooda) December 18, 2021
ସୁଷମା ହୁଡ୍ଡା ପିଏମ୍ଓକୁ ପଠାଇଥିବା ଇ-ମେଲ୍ରେ ଜରିଆରେ ଜଣାଇଛନ୍ତି ଯେ, ସେ ଟର୍ମିନଲ କ୍ୟାନସରରେ ପୀଡ଼ିତ ଏବଂ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଚିକିତ୍ସା ନେଇ ଏକ ନୂଆ ଔଷଧର ଆବଶ୍ୟକତା ରହିଛି । ଆମେରିକା ଗତ ଅପ୍ରେଲ ୨୦୨୧ରେ କ୍ୟାନସରର ଏହି ନୂଆ ଔଷଧ Sacituzumab Govitecanକୁ ମଞ୍ଜୁରୀ ଦେଇସାରିଛି । ୟୁରୋପିଆନ ଏଜେନ୍ସି ଠାରୁ ମଧ୍ୟ ଏ ସଂକ୍ରାନ୍ତରେ ମଞ୍ଜୁରୀ ମିଳିସାରିଛି । ସୁଷମା ୧୮ ଡିସେମ୍ୱରରେ ଟ୍ୱିଟ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଏ ସମ୍ପର୍କରେ ଅବଗତ କରିଛନ୍ତି ।
ଶନିବାର ସନ୍ଧ୍ୟାରେ ଲେଫ୍ଟନାଣ୍ଟ ଜେନେରାଲ୍ ହୁଡ୍ଡା ଟ୍ୱିଟ୍ କରି ଜଣାଇଲେ ଯେ, ତାଙ୍କ ନିକଟକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ୍ ଆସିଥିଲା । ଟ୍ୱିଟ୍ କରାଯିବାର କିଛି ସମୟ ପରେ ହିଁ ତାଙ୍କ ନିକଟକୁ ପିଏମ୍ଓରୁ ଫୋନ୍ ଆସିଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ଭଉଣୀଙ୍କ ମାମଲାରେ ଚିନ୍ତା ପ୍ରକଟ କରିଛନ୍ତି । ହୁଡ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଠାରୁ କଲ୍ ଆସିଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ।