spot_img

Latest Posts

ଗର୍ଭାଶୟ ବଦଳରେ ଯକୃତ ବା ଲିଭରରେ ବଢୁଛି ଭୃଣ

କାନାଡା: ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ ଏହା ସତ। ମାନବ ଇତିହାସରେ ଏହା ଏକ ବିରଳ ଗର୍ଭଧାରଣ। କାରଣ ଗର୍ଭାଶୟ ବଦଳରେ ଯକୃତ ବା ଲିଭରରେ ବଢୁଛି ଭୃଣ। କାନାଡାର ମାନିଟୋବାରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେବା ପରେ ଚର୍ଚ୍ଚା ଜୋର ଧରିଛି। ଯକୃତରେ ଦୀର୍ଘ ୯ ମାସ ଧରି ଭୃଣ ବଢିବା ପରେ ମହିଳା ଗୁରୁତର ହୋଇଥିଲେ। ପରେ ତାଙ୍କର ପରୀକ୍ଷା କରାଯିବା ପରେ ଏହି ତଥ୍ୟ ପଦାକୁ ଆସିଥିଲା। ଏହି ମହିଳା ଜଣକ ସାଧାରଣ ଭାବେ ଗର୍ଭବତୀ ହୋଇ ନଥିଲେ। କେତେକ ସମସ୍ୟା ଯୋଗୁ ତାଙ୍କ ଗର୍ଭାଶୟରେ ଡିମ୍ବାଣୁ ଅବସ୍ଥାପିତ କରାଯାଇଥିଲା।

ମାତ୍ର ଏହା ଗର୍ଭାଶୟ ମଧ୍ୟରେ ନ ରହି କ୍ରମଶଃ ଯକୃତରେ ବଢିଥିଲା। ଯାହାକୁ ଏକ୍ଟୋପିକ ପ୍ରେଗନାନସି କୁହାଯାଇଥାଏ। ଗର୍ଭଧାରଣର ସମସ୍ତ ସଙ୍କେତ ଠିକ୍ ଠାକ୍ ମିଳିବା ପରେ ମହିଳା ଚିନ୍ତାଶୂନ୍ୟ ହୋଇଥିଲେ। ମାତ୍ର ୯ ମାସ ପରେ ତାଙ୍କର ଅବିଶ୍ରାନ୍ତ ରକ୍ତସ୍ରାବ ହେବା ପରେ ସେ ଟେଷ୍ଟ କରିଥିଲେ।

ଯକୃତରେ ଭୃଣ ବଢୁଥିବା ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହିଳାଙ୍କ ପରୀକ୍ଷା କରିଥିବା ଡାକ୍ତର ମାଇକେଲ ନାର୍ଭେ ଏହି ଖବର ପ୍ରକାଶ କରିବା ପରେ ଏହି ବିରଳ ଘଟଣା କିପରି ସମ୍ଭବ ହେଲା, ତାହା ଉପରେ ଅଧିକ ଗବେଷଣା ଜାରି ରହିଛି। ଅନ୍ୟପଟେ ଏହି ଘଟଣା ବିରଳ ବୋଲି କହିଛି ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ଇନଫର୍ମେସନ ବା ଏନସିବିଆଇ।

Latest Posts

Don't Miss