ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ପରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ
1 min readନୂଆଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ତାମିଲନାଡୁର କୁନ୍ନୁରରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ କୁନ୍ନୁରରେ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହେଲିକପ୍ଟରରେ ୧୪ ଜଣ ସେନା ଅଧିକାରୀ ଥିଲେ । ଏହି ଦୁର୍ଘଟଣାରେ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ଏବଂ ସେହି ହେଲିକପ୍ଟରରେ ଥିବା ୧୧ ଜଣ ସେନା ଅଧିକାରଙ୍କ ମୃତ୍ୟୁ ହୋଇଥିଲା । ଭାରତର ପ୍ରଥମ ସିଡିଏସ ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।
Deeply saddened by the demise of Chief of Defence Staff Gen #BipinRawat, his wife & 11 other Defence personnel in a very tragic accident in #TamilNadu. It is an irreparable loss to the nation. Deepest condolences to the bereaved families and wish speedy recovery of the injured.
— Naveen Patnaik (@Naveen_Odisha) December 8, 2021
ବିପିନ୍ ରାଓ୍ୱତଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି କି ‘ତାମିଲନାଡୁରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣାରେ ଚିଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ୧୧ ଜଣ ପ୍ରତିରକ୍ଷା କର୍ମଚାରୀଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ଏହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି | ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି’ ବୋଲି ଟୁଇଟ କରି କହିଛନ୍ତି ନବୀନ ପଟ୍ଟନାୟକ ।
Gen Bipin Rawat was an outstanding soldier. A true patriot, he greatly contributed to modernising our armed forces and security apparatus. His insights and perspectives on strategic matters were exceptional. His passing away has saddened me deeply. Om Shanti. pic.twitter.com/YOuQvFT7Et
— Narendra Modi (@narendramodi) December 8, 2021
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିପିନ୍ ରାଓ୍ୱତଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୋଦି ଟ୍ୱିଟ କରି କହିଛନ୍ତି କି ଜେନରାଲ ବିପିନ୍ ରାଓ୍ୱତ ଜଣେ ଉଲ୍ଲେଖନୀୟ ସୈନିକ ଥିଲେ । ଜଣେ ପ୍ରକୃତ ଦେଶପ୍ରେମୀ, ସେ ଆମର ସଶସ୍ତ୍ର ବାହିନୀ ଏବଂ ସୁରକ୍ଷା ଉପକରଣକୁ ଆଧୁନିକୀକରଣ କରିବାରେ ବହୁତ ସହଯୋଗ କରିଥିଲେ | ରଣନୈତିକ ବିଷୟଗୁଡ଼ିକ ଉପରେ ତାଙ୍କର ଅନ୍ତର୍ଦୃଷ୍ଟି ଏବଂ ଦୃଷ୍ଟିକୋଣଗୁଡିକ ଅତୁଳନୀୟ ଥିଲା | ତାଙ୍କର ଦେହାନ୍ତ ମୋତେ ଗଭୀର ଦୁଃଖ ଦେଇଛି ବୋଲି କହିଛନ୍ତି ମୋଦି ।