ହେଲିକପ୍ଟରରେ ଥିଲେ CDS ବିପିନ ରାୱତ,୪ ସେନା ଅଧିକାରୀ ସହିଦ
1 min readନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରର ନିଳଗିରି ଜଙ୍ଗଲ ମଧ୍ୟରେ କ୍ରାସ କରିଥିବା ଏମଆଇ ୧୭ ହେଲିକ୍ପଟରରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ ସବାର ଥିଲେ ବୋଲି ସେନା ସ୍ପଷ୍ଟ କରିଛି । ଏହା ସହିତ ଏହି ଦୁର୍ଘଟଣାରେ ୪ ଜଣ ସହିଦ ହୋଇଥିବା ଜଣା ପଡିଛି । ରାୱତଙ୍କ ସହିତ ତାଙ୍କ ପତ୍ନୀ ମଧୁଳିକା ମଧ୍ୟ ଥିଲେ । ବାୟୁସେନା ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆଦେଶ ଦେଇଥିବା ବେଳେ ସେନା ହେଲିକପ୍ଟରରେ ସିଡିଏସ ଥିବା କଥା ସ୍ପଷ୍ଟ କରିଛି । ଏହା ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦୁର୍ଘଟଣାକୁ ନେଇ ପ୍ରତିରକ୍ଷମନ୍ତ୍ରୀ ରାଜନାଥ ସିଂ କଥା ହୋଇଛନ୍ତି ।
An IAF Mi-17V5 helicopter, with CDS Gen Bipin Rawat on board, met with an accident today near Coonoor, Tamil Nadu.
An Inquiry has been ordered to ascertain the cause of the accident.— Indian Air Force (@IAF_MCC) December 8, 2021
୪ ଅଧିକାରୀ ସହିଦ
ଚେନ୍ନାଇରୁ ମିଳୁଥିବା ଖବର ଅନୁସାରେ ଦୁର୍ଘଟଣାରେ ୪ ଜଣ ସହିଦ ହୋଇଛନ୍ତି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନା ମିଳୁଛି । ସୂଚନା ଅନୁସାରେ ହେଲିକପ୍ଟରରେ ମୋଟ ୧୭ ଜଣ ସବାର ଥିଲେ । ଶେଷ ୭ ଜଣଙ୍କ ବାବଦରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳି ପାରିନାହିଁ । ସେନାର ବେଲିଂଟନ୍ ବେସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିଡିଏସ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଭିଷଣତା ଏଇଥିରୁ ଅନୁମାନ କରାଯାଇପାରେ ଯେ, ଦୁର୍ଘଟଣାସ୍ଥଳ ନିକଟରେ ଥିବା ଗଛ ଗୁଡିକ ମଧ୍ୟ ଜଳି ଯାଇଛି ।