spot_img

Latest Posts

କର୍ଣ୍ଣାଟକରୁ ୨ ଓମିକ୍ରନ୍ ମାମଲା ଚିହ୍ନଟ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ B.1.1.529 ବା ଓମିକ୍ରନକୁ ନେଇ ଏବେ ଚାରିଆଡ଼େ ଆତଙ୍କ। ଏଭଳି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ କୋଭିଡ-୧୯ ସ୍ଥିତିର ସମୀକ୍ଷା କରାଯାଇଛି। ଯେଉଁଥିରେ କର୍ଣ୍ଣାଟକରୁ ‘ଓମିକ୍ରନ୍’ ଭାରିଆଣ୍ଟରେ ସଂକ୍ରମିତ  ଦୁଇଟି ମାମଲା ଚିହ୍ନଟ ହୋଇଛି।

ଏହି ଦୁଇ ସଂକ୍ରମିତ ବ୍ୟକ୍ତି ହେଉଛନ୍ତି ୬୬ ବର୍ଷ ଏବଂ ୪୬ ବର୍ଷ ବୟସ୍କ ପୁରୁଷ । ଏହି ମାମଲା ପରେ ସରକାର କଣ୍ଟ୍ରାକ୍ଟ ଟ୍ରେସିଂକୁ ଜୋରଦାର୍ କରିଥିବା ବେଳେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ସରକାର ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯ଟି ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୩୭୩ ଟି ମାମଲା ଚିହ୍ନଟ ହୋଇଛି।

ଆକ୍ରାନ୍ତ ଦ୍ବୟ ନିକଟରେ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଆକ୍ରାନ୍ତ ଦୁଇଜଣ କରୋନା ପଜିଟିଭ ହେବା ପରେ ଜିନୋମ ସିକ୍ବେନ୍ସିଂ ପାଇଁ ସାମ୍ପୁଲ ପଠାଯାଇଥିଲା । ଆଜି ରିପୋର୍ଟ ଆସିବା ପରେ ସେମାନେ ଓମିକ୍ରନ ଷ୍ଟ୍ରେନରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏହି ଦୁଇ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।  ତେବେ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ।

ଅଧିକ ପଢନ୍ତୁ: ୨୩ ଦେଶରେ କରୋନା ଭୂତାଣୁ ଓମିକ୍ରନ୍ ଆତଙ୍କ

Latest Posts

Don't Miss