spot_img

Latest Posts

ଭାରତର ଜବରଦସ୍ତ କମବ୍ୟାକ; କାନାଡାକୁ ୧୩-୧ରେ କଲା ପରାସ୍ତ

ଭୁବନେଶ୍ବର: କଳିଙ୍ଗରେ ଗୋଲ ବର୍ଷା କଲା ଟିମ୍ ଇଣ୍ଡିଆ । ଜୁନିଅର ବିଶ୍ବକପର ଦ୍ବିତୀୟ ଦିନର ଶେଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଫ୍ରାନ୍ସଠାରୁ ୫-୪ରେ ପରାଜିତ ହେବା ପରେ ଦ୍ବିତୀୟ ମ୍ୟାଚରେ କାନାଡାକୁ ୧୩-୧ରେ ପରାସ୍ତ କରିଛି ଭାରତ । କର ବା ମର ମୁକାବିଲାରେ ଦମଦାର ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ ।

ଭାରତର ଦ୍ବିତୀୟ ମ୍ୟାଚର ପ୍ରଥମ କ୍ବାଟରରୁ ହିଁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଭାରତ । ପ୍ରଥମ କ୍ବାଟରର ୬ ମିନିଟରେ ପ୍ରଥମ ଗୋଲ କରଥିଲେ ଉତ୍ତମ ସିଂ । ଏହାର ଦୁଇ ମିନିଟ ପରେ ଅର୍ଥାତ ପ୍ରଥମ କ୍ବାଟରର ୮ ତମ ମିନିଟରେ ବିବେକ ସାଗର ପ୍ରସାଦ ଆଉ ଏକ ଗୋଲ ସ୍କୋର କରିଥିଲେ । ଯାହା ଫଳରେ ପ୍ରଥମ କ୍ବାଟରେ ୨-୦ରେ ଆଗୁଆ ରହିଥିଲା ଟିମ୍ ଇଣ୍ଡିଆ । ଦ୍ବିତୀୟ କ୍ବାଟରରେ ମଧ୍ୟ ଭାରତ ସେହିପରି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ ଜାରି ରଖିଥିଲା । ୧୭ ତମ ମିନିଟରେ ଏକ ପେନାଲ୍ଟି ଷ୍ଟ୍ରୋକକୁ ଗୋଲରେ ପରିଣତ କରି ଭାରତକୁ ୩-୦ରେ ଆଗୁଆ କରିଥିଲେ ।

ଏହା ପରେ ୨୭ତମ ମିନିଟରେ ମନିନ୍ଦର ସିଂ, ୩୨ ତମ ମିନିଟରେ ସଞ୍ଜୟ, ୩୫ ସର୍ଦାନନ୍ଦ ତିଓ୍ବାରୀ, ୪୦ ତମ ମିନିଟରେ ଅରଜିତ ସିଂ, ୪୭ତମ ମିନିଟରେ ଉତ୍ତମ ସିଂ, ୫୦ ତମ ମିନିଟରେ ଅରିଜିତ ସିଂହ, ୫୧ ତମ ମିନିଟରେ ଅରଜିତ ସିଂ, ୫୩ ତମ ମିନିଟରେ ସର୍ଦାନନ୍ଦ ତିଓ୍ବାରୀ, ୫୫ ତମ ମିନିଟରେ ଭାରତ ପାଇଁ ଗୋଲ ସ୍କୋର କରିଥିଲେ ଓଡିଆ ପୁଅ ଅଭିଷେକ ଲାକ୍ରା ଏବଂ ୫୯ ତମ ମିନିଟରେ ସଞ୍ଜୟ ଗୋଲ ସ୍କୋର କରିଥିଲେ । ଏଥିସହ ଭାରତ ୧୩-୧ ଗୋଲରେ ଏହି ମ୍ୟାଚ ନିଜ ନାମରେ କରିଛି । ଅର୍ଜିତ ସିଂ ହୁଣ୍ଡାଲ୍ ଓ ଦଳର ଉପ ଅଧିନାୟକ ସଞ୍ଜୟ ୩ ଟି ଲେଖାଏଁ ଗୋଲ୍ ଦେଇଥିବା ବେଳେ ଉତ୍ତମ ସିଂ ୨, ଶାରଦା ନନ୍ଦ ତିୱାରୀ ୨, ଅଭିଷେକ ଲାକ୍ରା ୧ , ଅଧିନାୟକ ବିବେକ ସାଗର ୧ ଏବଂ ମନିନ୍ଦର୍ ସିଂ ୧ ଲେଖାଏଁ ଗୋଲ୍ ଦେଇଥିଲେ।

Latest Posts

Don't Miss