ବିଜେପିକୁ ଜଗନ୍ନାଥ ସଂସ୍କୃତିର ପାଠ ପଢ଼ାଇଲେ ପ୍ରଣବ
1 min readଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶିଳାନ୍ୟାସ ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼ ଘଟଣା । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସ୍କୃତିର ପାଠ ପଢ଼ାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ପ୍ରଣବ ଲେଖିଛନ୍ତି, ଭାଇ ଆପଣ ବିଜେପିର ଜଣେ ବରିଷ୍ଠ ନେତା । ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ସେହି ଭୁଲ୍ କରିଥିବା ରାଜ୍ୟ ବିଜେପିର ଲୋକଙ୍କୁ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।
.@dpradhanbjp ଭାଇ, ଆପଣ @BJP4India ର ଜଣେ ବରିଷ୍ଠ ନେତା | ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃନ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ସେହି ଭୂଲ କରିଥିବା @BJP4Odishaର ଲୋକଙ୍କୁ ଓଡିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦେଶ ଦିଅନ୍ତୁ | # ଜୟଜଗନ୍ନାଥ ?
— Pranab Prakash Das (@pranabpdas) November 25, 2021
ଆପଣଙ୍କ ଦଳ ବିଜେପି ସବୁ ବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି । ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଆ ଜାତିର ପରିଚୟ । ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି । ଆପଣ ଜାଣିଛନ୍ତି ଏବଂ ସାରା ଓଡ଼ିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ । କାରଣ ଶରଧା ବାଲି ତା ପାଦରେ ଲାଗିଥାଏ ।
.@dpradhanbjp ଭାଇ, ପୁରୀ ଗଜପତିଙ୍କ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାଶ ଉତ୍ସବରେ ସମସ୍ତ ଦଳର ନେତା ଏବଂ ଆପଣଙ୍କ ଦଳର ପୁରୀ ବିଧାୟକ ଯୋଗ ଦେଇଥିଲେ | ସେଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେଇଥିଲେ |
— Pranab Prakash Das (@pranabpdas) November 25, 2021
କିନ୍ତୁ ଲଜ୍ଜାର ବିଷୟ ଆପଣଙ୍କ ଦଳର ଜଣେ ନେତା ଏହି ଘୃଣ୍ୟ କାର୍ଯ୍ୟ ଆମିଷ (ଅଣ୍ଡାମାଡ଼) କରିଥିବାର ବାହାବା ନେଉଛନ୍ତି । ପୁରୀ ଗଜପତିଙ୍କ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ସମସ୍ତ ଦଳର ନେତା ଏବଂ ଆପଣଙ୍କ ଦଳର ପୁରୀ ବିଧାୟକ ଯୋଗ ଦେଇଥିଲେ । ସେଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । ଏହି ମହତ୍ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ଦୁର୍ବୃତ୍ତ ଅଣ୍ଡାମାଡ଼ କରିଥିଲେ । ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ ।