Junior Hockey World Cup: ଜର୍ମାନୀର ବୃହତ ବିଜୟ, 5-1 ଗୋଲରେ ଜିତିଲା ବେଲଜିୟମ

1 min read

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ବୃହତ ବିଜୟ। ପାକିସ୍ତାନ ବିପକ୍ଷରେ ଜର୍ମାନୀ ହାସଲ କରିଛି 5-2 ବିଜୟ । ପ୍ରଥମ କ୍ୱାର୍ଟରେ ଜର୍ମାନୀ 2-0ରେ ଅଗ୍ରଣୀ ଥିବା ବେଳେ ଦ୍ୱିତୀୟ କ୍ୱାର୍ଟରେ ଆଉ ଦୁଇଟି ଗୋଲ କରିଥିଲା ଜର୍ମାନୀ। ସେପଟେ ପାକିସ୍ତାନ ପକ୍ଷରୁ ଦ୍ୱିତୀୟ କ୍ୱାର୍ଟରେ ସାହିଦ ଅବଦୁଲ ଏକ ଗୋଲ କରିଥିଲେ 3ୟ କ୍ୱାର୍ଟର ଗୋଲ ଶୂନ ରହିଥିଲା । ଚତୁର୍ଥ କ୍ୱାର୍ଟରରେ ଜର୍ମାନୀ ପକ୍ଷରୁ ଆଉ ଏକ ଗୋଲ ସ୍କୋର କରଯାଇଥିଲା।

ସେପଟେ ପାକିସ୍ତାନ ଶେଷ କ୍ୱାର୍ଟରରେ ଏକ ଗୋଲ ସ୍କୋର କରି ମ୍ୟାଚ ବ୍ୟବଧାନକୁ କମେଇଥିଲା। ପ୍ରତିଯୋଗିତାର 3ୟ ମ୍ୟାଚରେ କାନାଡ଼ା ଓ ପୋଲାଣ୍ଡ ମଧ୍ୟରେ ଜାରି ରହିଛି  । ସେହିପରି ଜୁନିୟର ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ 5-1 ଗୋଲର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ। ଗତ ସଂସ୍କରଣର ରନର୍ସପ ବେଲଜିୟମ ଆରମ୍ଭରୁ ଆଟକିଙ୍ଗ ଖେଳ ଜାରି ରଖିଥିଲା।

ବେଲଜିୟମ ପକ୍ଷରୁ ମ୍ୟାଚର 7 ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ। ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲ ପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ ସମ୍ମାନ ସୂଚକ ଗୋଲ ସ୍କୋର କରିଥିଲେ  ।

 

Leave a Reply