ବିବାହ ଋତୁରେ କମିଲା ସୁନା ଦର; ରେକର୍ଡ ଦରରୁ ୮ ହଜାର ଶସ୍ତା ହେଲା ସୁନା

1 min read

ନୂଆଦିଲ୍ଲୀ: କମିଲା ସୁନା ଦର । ଆଜି ସୁନା ଓ ରୂପା ଦରରେ କମିଛି । ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନର ଓ୍ବେବସାଇଟ ଅନୁସାରେ ଆଜି ସୁନା ଦର ୭୫୮ ଟଙ୍କା କମି ୪୮ ହଜାର ୭୬ ଟଙ୍କାରେ ପହଂଚିଛି । ସେହପରି ରୂପା କଥା ଯଦି କହିବା ତାହାଲେ MCXରେ ଅପରାହ୍ନ ୪ଟା ସମୟରେ ଏହା ୯୯୪ ଟଙ୍କା କମି ୬୩ ହଜାର ୫୭୭ ଟଙ୍କାରେ ଟ୍ରେଡ କରୁଛି । ପାଇକାରୀ ବଜାରରେ ରୂପା ୧୨୯୭ ଟଙ୍କା ଶସ୍ତା ହୋଇ କିଲୋଗ୍ରାମ ପିଛା ୬୪ ହଜାର ୫୩୨ ଟଙ୍କାକୁ ଆସିଯାଇଛି ।

ସୁନା ଏବେ ତା’ର ରେକର୍ଡ ଦରରୁ ବହୁତ ଶସ୍ତାରେ ବଜାରରେ ଉପଲବ୍ଧ ହେଉଛି । ଗତବର୍ଷ ଅଗଷ୍ଟରେ ସୁନାର ମୂଲ୍ୟ ପାଇକାରୀ ବଜାରରେ ପ୍ରତି ୧୦ ଗ୍ରାମକୁ ୫୬ ହଜାର ୨୦୦ ଟଙ୍କାରେ ପହଞ୍ଚିଥିଲା । ଯାହା ଏକ ରେକର୍ଡ ଥିଲା । ଏବେ ଏହା କମି ୪୮ ହଜାର ୭୬ ଟଙ୍କାରେ ପହଞ୍ଚିଛି । ଏହା ମୂଲ୍ୟ ସୁନାର ରେକର୍ଡ ମୂଲ୍ୟଠାରୁ ୮ ହଜାର ୧୨୪ ଟଙ୍କା ଶସ୍ତାରେ ମିଳୁଛି ।

ତେବେ ଲଗାତର ଭାବରେ ସୁନା ଦର କାହିଁକି କମୁଛି । ଏହାର ଉତ୍ତରରେ କେଡିଆ କମୋଡିଟିର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ ସୁନା ହ୍ରାସ ହେବାର କୌଣସି ଦୃଢ଼ ଏବଂ ଠୋସ୍ କାରଣ ନାହିଁ। ଆମେରିକୀୟ ଫେଡେରାଲ ବ୍ୟାଙ୍କ ସୁଧ ହାରକୁ କମ୍ ରଖିଛି | ଏହା ସୁନା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି, କିନ୍ତୁ ଆଗାମୀ ଦିନରେ ସୁନା ଦର ବୃଦ୍ଧି ପାଇପାରେ ବୋଲି କହିଛନ୍ତି ଅଜୟ କୋଡିଆ । ସେ ଆହୁରି କହିଛନ୍ତି କି ବିଶ୍ବ ଏବଂ ଦେଶରେ ଦରଦାମ୍ ଲଗାତର ଭାବରେ ବୃଦ୍ଧି ପାଉଛି । ଏହା ବ୍ୟତୀତ କିଛି ଦେଶରେ କରୋନା କେସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ଯାହା ଫଳରେ ଆଗାମୀ ଏକ ବର୍ଷ ମଧ୍ୟରେ ସୁନା ଦର ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନା ଦର ୫୫ ହଜାର ପର୍ଯ୍ୟନ୍ତ ଯାଇପାରେ ବୋଲି ସେ କହିଛନ୍ତି । ଯଦି ଆପଣ ସୁନା କିଣିବାକୁ କିମ୍ବା ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ଉପଯୁକ୍ତ ସମୟ ବୋଲି କହିଛନ୍ତି ଅଜୟ କୋଡିଆ ।

Leave a Reply