କେନ୍ଦ୍ରର ଜନ ମାରଣ ନୀତିରେ ଲୋକେ ଅତିଷ୍ଠ: ବିଜେଡି

ବ୍ରହ୍ମପୁର: ବ୍ରହ୍ମପୁର ନଗର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ଗଜପତି ନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ବିଧାୟକ ବିକ୍ରମ ପଣ୍ଡା । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ମାରଣ ନୀତିକୁ ନେଇ ସମାଲୋଚନା କରିଥିଲେ ନେତାମାନେ । ଏହାସହ ଆସନ୍ତା ୨୪ ତାରିଖରେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ଆରଡିସି ଅଫିସ ସମ୍ମୁଖରେ ବିଜେଡି ପ୍ରତିବାଦ କରିବ ବୋଲି କୁହାଯାଇଛି । ବିରାଟ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଓ ସାଧାରଣ ଜନତା ଆରଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ବିଧାୟକ ବିକ୍ରମ ପଣ୍ଡା ।

କରୋନା କାଳରେ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଥିବାବେଳେ କେନ୍ଦ୍ର ସରକାରଙ୍କ ଭୁଲ ନୀତି ପାଇଁ ଦରଦାମ ବଢି ବଢି ଚାଲିଛି । ଗ୍ୟାସ ଦର ବଢିବା ସହ ଅତ୍ୟାବଶ୍ୟକ ସମାଗ୍ରୀ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଯାହାକୁ ନେଇ ସାଧାରଣ ଜନତା ସମସ୍ୟାରେ ପଡୁଥିବା କହିଛନ୍ତି ବିଧାୟକ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

Leave a Reply