ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀଙ୍କ ଗୋପନ ଓଡ଼ିଶା ଗସ୍ତ

1 min read

ଭୁବନେଶ୍ୱର: ବିନା ସୂଚନାରେ ଓଡ଼ିଶା ଗସ୍ତରେ ଆସିଛନ୍ତି ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ । ୟୁପି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଗତକାଲିଠାରୁ ଭୁବନେଶ୍ବର ଗସ୍ତରେ ଅଛନ୍ତି । ତାଙ୍କ ଗସ୍ତ ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ । କେଶବଙ୍କ ଏଭଳି ଗସ୍ତକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ରାଜଧାନୀର ଏକ ପଞ୍ଚତାରକା ହୋଟେଲରେ କେଶବ ସପରିବାର ରହୁଛନ୍ତି । ଆଜି ସକାଳୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିବା ଜଣାପଡିଛି ।

କେନ୍ଦ୍ର ସରକାର ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରିଥିବା ବେଳେ ଉତ୍ତରପ୍ରଦେଶ ଖେରୀରେ ଚାଷୀ ହତ୍ୟା ପ୍ରସଙ୍ଗ ଏବେ ଦେଶରେ ଚର୍ଚ୍ଚାରେ ରହିଛି । ସେପଟେ ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ରହିଛି । ଏଭଳି ସ୍ଥିତିରେ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କ ଏହି ବେସରକାରୀ ଗସ୍ତ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ, ବିଶେସ୍ୱର ଟୁଡୁ ଏହି ସମୟରେ ଭୁବନେଶ୍ୱରରେ ଉପସ୍ଥିତ ଅଛନ୍ତି ।

ତେବେ ଓଡ଼ିଶା ଗସ୍ତରେ ଆସିଥିବା ୟୁପି ଉପ ମୁଖ୍ୟମନ୍ତ୍ରୀ  କାହିଁକି ଗୋପନ ଭାବେ ଓଡ଼ିଶା ଗସ୍ତ କରିଛନ୍ତି  । ବିଜେପିର ଜଣେ ବଡ଼ ନେତା ହୋଇଥିବା ସ୍ୱତେ କାହିଁକି ଓଡ଼ିଶା ବିଜେପି ନେତା ତାଙ୍କ ଗସ୍ତ ସମ୍ପର୍କରେ ଜ୍ଞାନ ରଖିନାହିଁନ୍ତି ତାହା କେଉଁଠି ନା କେଉଁଠି ପ୍ରଶ୍ନବାଚୀ ସୃଷ୍ଟି କରିଛି  । ସେପଟେ ସେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ପଦବୀରେ ଅଛନ୍ତି  । ତେଣୁ ପ୍ରଟୋକୋଲ ଦୃଷ୍ଟିରୁ ସରକାରଙ୍କ ପାଖେ ସୂଚନା ରହିବା ଆବଶ୍ୟକ  । କାରଣ ଖେରି ଚାଷୀ ହତ୍ୟା ନେଇ ୟୁପି ସରକାର ଅକଳରେ ଥିବାବେଳେ କେଶବ ଓଡ଼ିଶା ଗସ୍ତ କରିଛନ୍ତି  ।

Leave a Reply