ନିର୍ବାଚନ ପରାଜୟ ଭୟରେ କୃଷି ଆଇନ ପ୍ରତ୍ୟାହାର କରିଛି କେନ୍ଦ୍ର ସରକାର: କଂଗ୍ରେସ
1 min readନୂଆଦିଲ୍ଲୀ: ଆଜି ସକାଳୁ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କୃଷି ଆଇନକୁ ନେଇ ଦୀର୍ଘ ୧୯ ମାସ ଧରି ଚାଲି ଆସୁଥିବା ଆନ୍ଦୋଳନ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି କେନ୍ଦ୍ର ସରକାର । କେନ୍ଦ୍ର ଦ୍ବାରା ପାରିତ ହୋଇଥିବା ତିନୋଟି କୃଷି ଆଇନ ବିରୋଧରେ ଲଗାତର ଭାବରେ ବିରୋଧ କରୁଥିଲେ କୃଷକ ସଂଗଠନ । କେନ୍ଦ୍ର ସରକରଙ୍କ ବହୁ ଆଲୋଚନା ପରେ ବି କୃଷି ଆଇନ ହଟାଇବା ଜିଦିରେ ଅଡି ବସିଥିଲେ ଚାଷୀ ସଂଗଠନ । ବହୁ ଆନ୍ଦୋଳନ ଓ ରାଲି ପରେ ମଧ୍ୟ ଏହାକୁ ପ୍ରତ୍ୟାହାର କରିନଥିଲା କେନ୍ଦ୍ର ସରକାର । କିନ୍ତୁ ଆଜି ହଠାତ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ କୃଷି ଆଇନ ପ୍ରତ୍ୟାହାର ନେଇ ନିଷ୍ପତି ନେଇଛନ୍ତି ।
Anyway, it is a great victory for the farmers and for the Congress party which was unwavering in its opposition to the farm laws
— P. Chidambaram (@PChidambaram_IN) November 19, 2021
କେନ୍ଦ୍ର ସରକାରଙ୍କ ତରଫରୁ ତିନୋଟି କୃଷି ଆଇନ ଲାଗୁ ହେଲା ପରେ ଆରମ୍ଭ ହୋଇଯାଇଥିଲା ରାଜନୈତିକ ବୟାନ ବାଜି । ତେବେ ଆଜି କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ବି ଆରମ୍ଭ ହୋଇଯାଇଛି ବୟାନବାଜି । ନିର୍ବାଚନରେ ପରାଜୟ ଭୟରେ କୃଷି ଆଇନ କେନ୍ଦ୍ର ସରକାର ପ୍ରତ୍ୟାହାର କରିବେ ବୋଲି ନିଷ୍ପତି ନେଇଛନ୍ତି ବୋଲି କହିଛି କଂଗ୍ରେସ । କୃଷି ଆଇନ ପ୍ରତ୍ୟାହାର ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ କହିଛନ୍ତି କି ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର ପ୍ରଧାନମନ୍ତ୍ରୀ ମୋଦିଙ୍କ ହୃଦୟ ପରିବର୍ତ୍ତନ ଦ୍ବାରା କରିନାହାନ୍ତି ବରଂ ନିର୍ବାଚନ ହାରିଯିବା ଭୟରେ ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିଛନ୍ତି ।ସେ ଆହୁରି କହିଛନ୍ତି କି ଗଣତନ୍ତ୍ରିକ ବିରୋଧ ଦ୍ବାରା ଯାହା ହାସଲ କରାଯାଇପାରିବ ନାହିଁ ତାହା ଆଗାମୀ ନିର୍ବାଚନରେ ଭୟ ଦ୍ବାରା ହାସଲ କରାଯାଇପାରିବ । ସେ ଯାହା ହେଉ ନା କାହିଁ ଏହା କୃଷକମାନଙ୍କ ପାଇଁ ଓ କଂଗ୍ରେସ ଦଳ ପାଇଁ ଏକ ବଡ଼ ବିଜୟ । ଉଭୟ ଚାଷୀ ସଂଗଠନ ଓ କଂଗ୍ରେସ କୃଷି ଆଇନ ବିରୋଧ କରିଥିଲେ ବୋଲି ଟୁଇଟ କରି କହିଛନ୍ତି ପି. ଚିଦାମ୍ବରମ୍ ।
#WATCH | We have decided to repeal all 3 farm laws, will begin the procedure at the Parliament session that begins this month. I urge farmers to return home to their families and let's start afresh: PM Narendra Modi pic.twitter.com/0irwGpna2N
— ANI (@ANI) November 19, 2021
ସରକାର ହୁଏତ ଏହାର ଚାରି ପାଖରେ ଥିବା ରାଜନୀତିକୁ ବିଚାର କରିଥିବେ । ତେବେ ଏହି କଳା ଆଇନକୁ ରଦ୍ଦ କରିବା ପାଇଁ ଏକ ସଠିକ୍ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । କିଶାନ ମୋର୍ଚ୍ଚାର ସତ୍ୟାଗ୍ରହରେ ଏହା ଏକ ଐତିହାସକ ସଫଳତା । କୃଷି ଆଇନ ବିରୋଧରେ ଆନ୍ଦୋଳନ କରି ବଳିଦାନ ଦେଇଥିବା ଚାଷୀମାନେ ଆଜି ନ୍ୟାୟ ପାଇଛନ୍ତି ବୋଲି କହିଛନ୍ତି ପଞ୍ଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂ ସିଦ୍ଧୁ । ଅନ୍ୟପକ୍ଷରେ ଆସନ୍ତା ବର୍ଷ ପଞ୍ଜାବ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ତେଣୁ ଏହି ନିର୍ବାଚନକୁ ଆଖି ଆଗରେ ରଖି ଯେପରି ନିର୍ବାଚନରେ ପରାଜୟ ପରଣ ଭୟରେ କେନ୍ଦ୍ର ସରକାର ଏପରି ନିଷ୍ପତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।