ଆଖଣ୍ଡଳମଣୀ ପୀଠରେ ୧୪୪ ଧାରା

ଭଦ୍ରକ: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଆରଡି ଆଖଣ୍ଡଳମଣୀଙ୍କ ପୀଠରେ ଲାଗିଲା ୧୪୪ ଧାରା  ।  ପଞ୍ଚକ ବ୍ରତ ଆରମ୍ଭରୁ ଭକ୍ତଙ୍କ ଦର୍ଶନ ଉପରେ ସାମାନ୍ୟ କୋହଳ କରାଯିବା ପରେ ଆଜି ସକାଳ ୮ଟା ଯାଏଁ ସାଧାରଣଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି ।

ସକାଳ ୮ଟା ଠାରୁ ଶୁକ୍ରବାର ରାତ୍ର ୮ଟା ଯାଏଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ପ୍ରଶାସନ ।  ବାବାଙ୍କ ଶିବଗଙ୍ଗା ପୁଷ୍କରଣୀ ଓ ବୈତରଣୀ ନଦୀ ଘାଟ ସମେତ କୌଣସି ଜଳ ଉତ୍ସରେ ବୋଇତ ବନ୍ଦାଣ ଓ ଡଙ୍ଗା ଭସା ଯିବନାହିଁ । ଏନେଇ ମଧ୍ୟ କଟକଣା ଜାରି କରିଛି ପ୍ରଶାସନ । କରୋନା ପାଇଁ ପାଳିଆ ସେବାୟତ ଓ ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବାବା ‘ହରଗୌରୀ’ ବେଶରେ ସଜ୍ଜିତ ହେବେ । ପୀଠରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବନାହିଁ । ଏଥିପାଇଁ ଏସଓପି ଜାରି ହୋଇଛି ।

Leave a Reply