ବିଶ୍ୱର ୯୫ଟି ଦେଶ ଫାଇଜର କରୋନା ବଟିକା ଉତ୍ପାଦନ ଓ ବିକ୍ରି କରିପାରିବେ
1 min readନୂଆଦିଲ୍ଲୀ: ବିଶ୍ୱର ୯୫ଟି ଦେଶ ଉତ୍ପାଦନ କରିପାରିବେ କରୋନା ବଟିକା । ଏ ନେଇ ଔଷଧ ନିର୍ମାଣକାରୀ କମ୍ପାନୀ ଫାଇଜର ଏବଂ ୟୁନାଇଟେଡ ନେସନର ଗ୍ରୁପ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ପରେ ଅନ୍ୟ ଔଷଧ ଉତ୍ପାଦନକାରୀ କମ୍ପାନୀ ଫାଇଜରର ଏହି ପରୀକ୍ଷାମୂଳକ କରୋନା ବଟିକାର ଉତ୍ପାଦନ କରିପାରିବେ । ଏହା ଦ୍ୱାରା ବିଶ୍ୱର ଅର୍ଦ୍ଧାଧିକ ଲୋକେ କରୋନା ବଟିକା ପାଇପାରିବେ ।
ଫାଇଜର ପକ୍ଷରୁ ପ୍ରସ୍ତୁତ ଏହି କରୋନା ଔଷଧର ନାଁ ରଖାଯାଇଛି ପାକ୍ସଲୋଭିଡ୍ । ଏହି ଔଷଧ ସେବନ କଲେ କରୋନା ରୋଗ ଗୁରୁତର ସ୍ତରକୁ ଯାଏ ନାହିଁ ଓ ରୋଗୀକୁ ହସପିଟାଲରେ ଚିକିତ୍ସିତ ହେବାକୁ ପଡେ ନାହିଁ । କ୍ଲିନିକାଲ ପରୀକ୍ଷଣରେ ଏହି ଔଷଧ ୮୯ ପ୍ରତିଶତ ପ୍ରଭାବି ବୋଲି କମ୍ପାନି ଦାବି କରିଛି ।
ତେବେ ଚୁକ୍ତି ଅନୁଯାୟୀ ଫାଇଜର କରୋନା ବଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଠାରୁ କୌଣସି ପ୍ରକାର ରୟାଲଟି ଆଦାୟ କରିବନାହିଁ । ଗରିବ ରାଷ୍ଟ୍ରଗୁଡ଼ିକ ସମେତ ଚୁକ୍ତିରେ ସାମିଲ ହୋଇଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକ ଠାରୁ ମଧ୍ୟ ରୟାଲଟି ଗ୍ରହଣ କରିବନାହିଁ ।