ପୁଣି ବିବାଦରେ ପାକିସ୍ତାନ; ବାଂଲାଦେଶରେ ନିଜ ଜାତୀୟ ପତାକା ଲଗାଇଲା ପାକିସ୍ତାନ କ୍ରିକେଟ ଟିମ୍
2 min readଢ଼ାକା: ପୁଣି ବିବାଦରେ ପାକିସ୍ତାନ କ୍ରିକେଟ ଟିମ୍ । ଚଳିତ ଥର କ୍ରିକେଟ ପାଇଁ ବିବାଦରେ ପଡ଼ିନାହିଁ ବରଂ ପତାକା ପାଇଁ ବିବାଦରେ ପାକିସ୍ତାନ କ୍ରିକେଟ ଟିମ୍ । ଆସନ୍ତା ନଭେମ୍ବର ୧୯ରେ ହେବାକୁ ଥିବା ଟି-୨୦ ସିରିଜ୍ ପୂର୍ବରୁ ପ୍ରାକ୍ଟିସ ସମୟରେ ଜାତୀୟ ପତାକା ପଡ଼ିଆରେ ଲଗାଇ ଅଡୁଆରେ ପାକିସ୍ତାନ କ୍ରିକେଟ ଟିମ୍ । ଚଳିତ ଟି-୨୦ ବିଶ୍ବକପର ସେମିଫାଇନାଲରେ ପରାଜୟ ବରଣ ଫଳରେ ବିଶ୍ବକପରରୁ ନିଜର ଅଭିଯାନ ଶେଷ କରିଥିଲା ପାକିସ୍ତାନ । ସେମିଫାଇନାଲରୁ ବାହାରିବା ପରେ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପାଇଁ ବାଂଲାଦେଶରେ ପହଞ୍ଚିଛି ପାକିସ୍ତାନ । ଆସନ୍ତା ନଭେମ୍ବର ୧୯ରୁ ଆରମ୍ଭ ହେବ ଏହି ତିନି ଟିକିଆ ଟି-୨୦ ସିରିଜ୍ । ତେବେ ଏହି ସିରିଜ ପୂର୍ବରୁ ବିବାଦରେ ପଡ଼ିଛି ପାକିସ୍ତାନ । ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟ ଟିମ୍ ବାଂଲାଦେଶ କ୍ରିକେଟ ଗ୍ରାଉଣ୍ଡରେ ପ୍ରାକ୍ଟିସ୍ କରୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ । ସେହି ଫଟୋରେ ଦେଖାଯାଇଥିଲା କି ପାକିସ୍ତାନ ପ୍ରାକ୍ଟିସ୍ ସମୟରେ ପାକିସ୍ତାନ ଜାତୀୟ ପତାକା ପଡ଼ିଆରେ ଲଗାଇଥିଲା । ଯାହାକୁ ନେଇ ଅଡୁଆରେ ପଡ଼ିଛି ପାକିସ୍ତାନ । ପାକିସ୍ତାନର ଏପରି କାର୍ଯ୍ୟକୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରିଛନ୍ତି ବାଂଲାଦେଶ ଫ୍ୟାନ । ପାକିସ୍ତାନ କ୍ରିକେଟ ଟିମ୍ର ଏପରି କାର୍ଯ୍ୟକୁ ଦେଖି ବାଂଲାଦେଶ ଫ୍ୟାନ ଏହାକୁ ତୀବ୍ର ବିରୋଧ କରିଛନ୍ତି ।
— Pakistan Cricket (@TheRealPCB) November 16, 2021
Pakistan started preparation ahead of three-match T20I and two-match Test series against Bangladesh. Pakistan team hoists a national flag there– surely a new scene here. Cannot remember any team doing it here in recent past. Finally some int'l cricket in Mirpur. #BANvPAK pic.twitter.com/922Alf4LeC
— Saif Hasnat (@saifhasnat) November 15, 2021
Go back Pakistan. Bangladesh should stop the series. Ban any kind of Pakistani flag in Bangladesh.#RecogniseTheGenicide1971 https://t.co/viUEAx5Nfq
— Shahajada Shah Pervez ?? (@ShahajadaShahP) November 15, 2021
Reportedly Some #Bangladesh Fans In Video Message Expressed Wide Disapproval Of #Pakistan Team Hoisting Flag In Practice.
I Have No Problem Personally, But I Understand Their Concern#Pak Team Should Have Followed ICC Protocols And Ask Permission
Its A Sensitive Issue #BANvPAK pic.twitter.com/RAPeNRHhTu— বাংলার ছেলে ?? (@iSoumikSaheb) November 16, 2021
ପାକିସ୍ତାନ ଏହି ଫଟୋ ସେୟାର କରିବା ପରେ ବାଂଲାଦେଶ ଫ୍ୟାନମାନେ କହିଛନ୍ତି କି ଏପରି ଅନ୍ୟ ଏକ ଦେଶକୁ ଆସି ନିଜ ଜାତୀୟ ପତାକା ଲଗାଇବା ଭୁଲ ଅଟେ । ଅନ୍ୟପକ୍ଷରେ ଆଉ କିଛି ଫ୍ୟାନ କହିଛନ୍ତି କି ପାକିସ୍ତାନ ଟିମକୁ ତୁରନ୍ତ ଫେରିଯିବା ଦରକାର । ଆଉ କିଛି ଉପଭୋକ୍ତା ଲେଖିଛନ୍ତି କି ବାଂଲାଦେଶକୁ ବହୁ ଦେଶ କ୍ରିକେଟ ଖେଳିବା ପାଇଁ ଆସିଛନ୍ତି କିନ୍ତୁ ଏମିତି କେହି ନିଜ ଦେଶର ଜାତୀୟ ପତାକା ଏଠାରେ ରଖିନଥିଲେ । ତେବେ ପାକିସ୍ତାନ ଏହା କାହିଁକି କରିଛି ବୋଲି କିଛି ଉପଭୋକ୍ତା ପ୍ରଶ୍ନ କରିଛନ୍ତି ।