ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ମାମଲାରେ ସାରା ଦେଶରେ ସିବିଆଇ ଚଢ଼ାଉ: ୬୭ ସହରରେ ଜାରି ରହିଛି ତନଖି

ନୂଆଦିଲ୍ଲୀ: ଛୁଆଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ଏବଂ ତାହାକୁ ସେୟାର କରିବା ମାମଲାରେ ସିବିଆଇ ମଙ୍ଗଳବାର ସକାଳେ  ଦେଶରେ ୭୬ ସ୍ଥାନରେ  ରେଡ୍ କରିଛି । ସିବିଆଇ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ୧୪ ନଭେମ୍ୱରରେ ଏହି ମାମଲାରେ ମୋଟ ୮୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସିବିଆଇ ଅଧିକାରୀଙ୍କ ସୂଚନା ମୁତାବକ ଦେଶର ବିଭିନ୍ନ ରାଜ୍ୟର ୭୬ ସହରରେ ଏହି ସର୍ଚ୍ଚ ଅପରେସନ ଜାରି ରହିଛି । ଦୁଇ ଦିନ ପୂର୍ବେ ସିବିଆଇ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଥିଲା । ଆଜି ସକାଳେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଳୀ, ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡ଼ୁ, ରାଜସ୍ଥାନ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ଘରେ ତନଖି କରିଛି ସିବିଆଇ । ୧୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଭିନ୍ନ ଭିନ୍ନ ସହରରେ କରାଯାଇଥିବା ଏହି ରେଡ୍‌ରେ ମଧ୍ୟପ୍ରଦେଶର ୩ ବଡ଼ ସହରର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି ପରିସଂଖ୍ୟାନ ମୁତାବକ ସାରା ଦେଶରେ ଶିଶୁଙ୍କ ବିରୋଧରେ ସାଇବର କ୍ରାଇମ ୨୦୧୯ ତୁଳନାରେ ୨୦୨୦ରେ ୪ଶହ ପ୍ରତିଶତ ଠାରୁ ଅଧିକ ବଢ଼ିସାରିଛି । ଏଥିରେ ଅଧିକାଂଶ ମାମଲା ଯୌନ କାର୍ଯ୍ୟରେ ପିଲାଙ୍କୁ ଦେଖାଯାଇଥିବା ସାମଗ୍ରୀର ପ୍ରକାଶନ ଓ ପ୍ରସାରଣ ସମ୍ପର୍କିତ ରହିଛି ।

ଏନସିଆରର ୨୦୨୦ ପରିସଂଖ୍ୟାନ ଅନୁଯାୟୀ ପିଲାଙ୍କ ବିରୋଧରେ ହୋଇଥିବା ଅନଲାଇନ କ୍ରାଇମ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ  ୧୭୦ ମାମଲା ରୁଜୁ ହୋଇଛି । ଏହା ପରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ରହିଛି । ଏଠାରେ ଶିଶୁଙ୍କ ବିରୋଧରେ ଯଥାକ୍ରମେ ୧୪୪ ଏବଂ ୧୩୭ଟି ମାମଲା ରୁଜୁ ହୋଇଛି । ସେହିଭଳି କେରଳାରେ ୧୦୭ ଏବଂ ଓଡ଼ିଶାରେ ୭୧ଟି ମାମଲା ରୁଜୁ ହୋଇଛି ।

ଏଥିସହିତ ପଢ଼ନ୍ତୁ: ବ୍ରିଟେନରେ ଆତ୍ମଘାତୀ ବିସ୍ଫୋରଣ: ଖ୍ରୀଷ୍ଟିଆନ୍ ବେଶରେ ରହିଥିଲେ ଆତଙ୍କବାଦୀ , କାରରେ କରିଥିଲେ ବୋମା ପ୍ରସ୍ତୁତ

Leave a Reply