‘ରାହୁଲ ଦ୍ରାବିଡ଼ଙ୍କ ପୁଅଙ୍କ ଅନୁରୋଧ କ୍ରମେ ତାଙ୍କୁ ଭାରତୀୟ ଦଳର କୋଚ୍ ଭାବେ ନିଯୁକ୍ତ କରାଯାଇଛି’
ଦୁବାଇ: ରାହୁଲ ଦ୍ରାବିଡଙ୍କ ପୁଅଙ୍କ ଅନୁରୋଧ କ୍ରମେ ତାଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି । ରାହୁଲ ଘରେ ବହୁତ ଷ୍ଟ୍ରିଟ୍ ଅର୍ଥାତ କଠୋର ହୋଇଥିବାରୁ ତାଙ୍କ ପୁଅ ତାଙ୍କୁ ଘରୁ ଦୂରରେ ଦେଖିବାକୁ ଚାହୁଁଥିଲେ । ଏଣୁ ତାଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ । ଚଳିତ ମାସ ଆରମ୍ଭରେ ରାହୁଲ ଦ୍ରାବିଡଙ୍କୁ ବିସିସିଆଇ ପକ୍ଷରୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ଏହି କିମ୍ୱଦନ୍ତୀ ବ୍ୟାଟ୍ସମ୍ୟାନ୍ ରବି ଶସ୍ତ୍ରୀଙ୍କ ସ୍ଥାନରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିବେ ।
ତେବେ ୪୦ତମ ସାରଜା ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ଯୋଗଦେବା ଅବସରରେ ଅନୁଷ୍ଠିତ ଏକ ସାକ୍ଷାତକାରେ ଗାଙ୍ଗୁଲି କହିଛନ୍ତି ଯେ, ଦ୍ରାବିଡ଼ଙ୍କ ପୁଅଙ୍କ ଅନୁରୋଧ କ୍ରମେ ତାଙ୍କୁ ଭାରତୀୟ ଦଳର କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ବାପା ଘରେ ବହୁତ ଷ୍ଟ୍ରିଟ୍ । ଏଣୁ ସେ ତାଙ୍କ ବାପାଙ୍କୁ ଘର ଠାରୁ ଦୂରରେ ଦେଖିବାକୁ ଚାହୁଁଥିଲେ । ଏହି କଥା ରାହୁଲଙ୍କ ପୁଅ ଫୋନ୍ ଯୋଗେ ତାଙ୍କୁ (ଗାଙ୍କୁଲିଙ୍କୁ) କହିଥିଲେ । ଏଣୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ସାକ୍ଷାତକାରର ଏକ ହାଲୁକା କ୍ଷଣରେ ସେ ଏହା କହିଛନ୍ତି । ଏଥିହସିତ ଦ୍ରାବିଡଙ୍କ ସହିତ ତାଙ୍କ ବନ୍ଧୁତ୍ୱ ଦୀର୍ଘ ବର୍ଷ ହୋଇଥିବାରୁ କୋଚିଂ ସମ୍ପର୍କିତ ସମୀକ୍ଷା ମଧ୍ୟ ବହୁତ ସହଜରେ ହୋଇପାରିବ ବୋଲି ସେ କହିଛନ୍ତି । ଆମେ ପାଖାପାଖି ସମୟରେ ଜାତୀୟ କ୍ରିକେଟରେ କ୍ୟାରିୟର ଆରମ୍ଭ କଲୁ ଏବଂ ଦୀର୍ଘ ବର୍ଷ ଧରି ଏକାଠି ଖେଳିଛୁ । ପୂର୍ବରୁ ମଧ୍ୟ ୪୮ ବର୍ଷୀୟ ଦ୍ରାବିଡ ନ୍ୟାସନାଲ ଏକାଡେମୀର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ତତ୍ତ୍ୱାବଧାନରେ ଅଣ୍ଡର ୧୯ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ୍ ହାସଲ କରିପାରିଛି ।