spot_img

Latest Posts

କଟକ ଗ୍ୟାଙ୍ଗ ଭାଇରାଲ ଭିଡିଓ ଘଟଣା, ୪ଜଣ ଥାନାକୁ ଆସି ଭୁଲ ସ୍ୱୀକାର କଲେ

କଟକ: ଭୁବନେଶ୍ବର ପରେ କଟକରେ ଅମାନିଆ ଯୁବକ ଯୁବତୀଙ୍କ ଭିଡିଓରେ ଆତଙ୍କରାଜ । ୨ ଗୋଷ୍ଠୀର ରିଲ୍ ଭିଡିଓ ଭାଇରାଲ ଘଟଣାରେ ମାଲଗୋଦାମ ଥାନାରେ ୩ ଯୁବକ ଓ ଜଣେ ଯୁବତୀଙ୍କୁ ପଚରାଉଚରା କରୁଛି ପୋଲିସ। ୪ଜଣ ଥାନାକୁ ଆସି ନିଜର ଭୁଲ ସ୍ବୀକାର କରିଥିବା ବେଳେ ପୋଲିସ ସେମାନଙ୍କୁ ଜେରା କରୁଛି। କଟକର ୨ଟି ଯୁବ ଗ୍ୟାଙ୍ଗ ଅମାନିଆ ବାଘ ଓ ପବ୍ଲିକ ଶଣ୍ଢ ମଧ୍ୟରେ ଚାଲିଥିଲା ଭିଡିଓ ୱାର୍‌। ସୋସିଆଲ ମିଡ଼ିଆରେ ଭିଡିଓ କରି ଦବଦବା ଦେଖାଇବାକୁ ଦୀପାବଳି ଦିନ ଭିଡିଓ କରି ଅପଲୋଡ୍ କରିଥିଲେ।

ତେବେ ଏନେଇ ପ୍ରତିକ୍ରିୟା ଓ ପୋଲିସ ଅନୁସନ୍ଧାନ ଆରମ୍ଭ ହେବା କ୍ଷଣି ସେମାନଙ୍କ ମଧ୍ୟରୁ ୪ଜଣ ଥାନାକୁ ଆସି ନିଜର ଭୁଲ ସ୍ବୀକାର କରିଛନ୍ତି। ଗତକାଲି କଟକ ଗ୍ୟାଙ୍ଗର ଏହି ଭିଡ଼ିଓ ପ୍ରଥମେ ନନ୍ଦିଘୋଷ ଟିଭିରେ ପ୍ରସାରଣ କରାଯାଇଥିଲା। ଯେଉଁଥିରେ ଏହି ଯୁବକମାନେ ଖଣ୍ଡା ଓ ବନ୍ଧୁକ ଧରି ଭିଡିଓ ବନାଇଥିବାର ଦେଖିବାକୁ ମିିଳିଥିଲା। କେବଳ ଏତିକି ନୁହେଁ ଭିଡିଓରେ ଅନେକ ଅଶ୍ଳୀଳ ଭାଷା ପ୍ରୟୋଗ ମଧ୍ଯ କରାଯାଇଥିଲା।

ରାଜଧାନୀରେ ଏଭଳି କିଛି ଭିଡିଓ ଭାଇରାଲ ହେବା ପରେ ପୋଲିସ ଆକ୍ସନକୁ ଖୋଲାଖୋଲି ଚାଲେଞ୍ଜ କରିଥିଲା ପବ୍ଲିକ ଷଣ୍ଢ ନାମରେ ଗଢ଼ି ଉଠିଥିବା ଏହି ଅମାନିଆ ଗ୍ରୁପ୍।

Latest Posts

Don't Miss