spot_img

Latest Posts

ଭାରତୀୟ ଡଙ୍ଗାକୁ ଗୁଳି ମାରିଲା ପାକିସ୍ତାନ ନୌସେନା; ଜଣେ ଭାରତୀୟ ମୃତ

ଅହମ୍ମଦାବାଦ: ପୁଣି ନିଜର ସୈତାନୀ ରୂପ ଦେଖାଇଛି ପାକିସ୍ତାନ । ଭାରତୀୟ ସୀମାରେ ଲଗାତର ଭାବରେ ପାକିସ୍ତାନ ତା’ର ସୈତାନୀ ରୂପ ଦେଖାଉଥିଲା । କିନ୍ତୁ ଏବେ ଜଳପଥରେ ପାକିସ୍ତାନ ତା’ର ପ୍ରକୃତ ରୂପ ଦେଖାଇଛି । ଆଜି ପାକିସ୍ତାନୀ ନୌସେନା ଗୁଜୁରାଟ ଦ୍ବାରିକା ଉପକୂଳରେ ଗୁଳିକାଣ୍ଡ କରିଛି । ଯାହା ଫଳରେ ଜଣେ ଭାରତୀୟ ମତ୍ସଜୀବୀଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ନୌସେନା ଯେଉଁ ଭାରତୀୟ ବୋଟ ଉପରେ  ଫାଇରିଂ କରିଛି ସେହି ବୋଟର ନାମ ହେଉଛି ଜଲପରୀ । ପାକିସ୍ତାନୀଙ୍କ ଗୁଳିକାଣ୍ଡରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି । ତେବେ ଏହା ପରେ ପୋଲିସ ଏହି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଏବଂ ଆହାତ ହୋଇଥିବା ମତ୍ସଜୀବୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପୋଲିସ ।

ଆରବ ସାଗରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳସୀମା ସ୍ପଷ୍ଟ ନୁହେଁ। ଏଣୁ ପାକିସ୍ତାନ ନୌସେନା ଅନେକ ସମୟରେ ଦାଦାଗିରି ଦେଖାଇ ଆସୁଥିଲେ ହିଁ ଭାରତୀୟ ନୌସେନା ଓ ତଟରକ୍ଷୀ ପ୍ରସଙ୍ଗରେ ନିରବ ରହୁଛନ୍ତି । ଗତବର୍ଷ ମାର୍ଚ୍ଚ ମାସରେ କୋଷ୍ଟଗାର୍ଡ ଓ ନୌସେନାର ଅନୁପସ୍ଥିତିରେ ପାକିସ୍ତାନ ନୌସେନା ୨ଟି ଭାରତୀୟ ମାଛଧରା ଡଙ୍ଗା ଜବତ କରିବା ସହ ୯ ଜଣ ଧିବରଙ୍କୁ ଗିରଫ କରିନେଇଥିଲା। ଏହା ପୂର୍ବରୁ ଫେବୃଆରୀ ମାସରେ ୧୭ ମତ୍ସ୍ୟଜୀବିଙ୍କୁ ଜଳସୀମାରେ ପ୍ରବେଶ ଲାଗି ଗିରଫ କରିଥିବା ବେଳେ ୩ଟି ନୌକା ମଧ୍ୟ ଜବତ କରିଥିଲା। ପାକିସ୍ତାନ ସୀମାରେ ଏପରି କାଣ୍ଡ କରିବା ସହ ଏବେ ସମୁଦ୍ର ସୀମାରେ ମଧ୍ୟ ଏଭଳି ସୈତାନି କରିବା ଆରମ୍ଭ କରିଛି । ତେବେ ଏହି ପ୍ରଥମ ଘଟଣା ନୁହେଁ ଗତ ବର୍ଷ ଏପ୍ରିଲରେ ଗୁଜୁରାଟ ସମୁଦ୍ର ସୀମାରେ ପାକିସ୍ତାନ ନୌସେନା ଦୁଇଟି ବୋଟ ଉପରେ ଗୁଳିକାଣ୍ଡ କରିଥିଲା । ତେବେ ଆଜି ଗୁଳିକାଣ୍ଡ ସମୟରେ ଏହି ବୋଟରେ ୮ ଜଣ ଲୋକ ଥିଲେ । ଏହି ଫାୟାରିଂରେ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଆହାତ ହୋଇଥିଲେ । ଏହି ଦୁଇଟି ଡଙ୍ଗା ଦ୍ବାରିକାର ସମୁଦ୍ର ତଟ ଅଞ୍ଚଳରେ ରହିଥିଲା । ତେବେ ଏହି ଘଟଣାରେ ଦ୍ବାରିକାର ଏସପି କହିଛନ୍ତି କି ଏହି ଦୁଇଟି ଡଙ୍ଗା ହୁଏତ  ସମୁଦ୍ର ସୀମା ଅତିକ୍ରମ କରିଥାଇ ପାରନ୍ତି । ତେଣୁ ପାକିସ୍ତାନ ନୌସେନା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ମତ୍ସଜୀବୀମାନେ ସେମାନଙ୍କ ରେଡିଓ ସେଟରୁ ଭାରତୀୟ ତଟରକ୍ଷୀ ବାହିନୀକୁ ଜଣାଇଥିଲେ ।

Latest Posts

Don't Miss