ଠିକା ଏବଂ ଆଉଟସୋର୍ସିଂ କର୍ମଚାରୀଙ୍କ ବଢ଼ିଲା ଦରମା: ଜାଣନ୍ତୁ କିଏ ପାଇବେ କେତେ ଟଙ୍କା?
ଭୁବନେଶ୍ୱର: ଠିକା ଏବଂ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ଖୁସି ଖବର । କ୍ୟାବିନେଟ୍ ମଞ୍ଜୁରୀ ପରେ ଦରମା ବଢ଼ାଇଲେ ରାଜ୍ୟ ସରକାର । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅର୍ଥ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ୮୦୭୦ଟଙ୍କା ପାଉଥିବା କର୍ମଚାରୀ ପାଇବେ ୧୦,୧୦୦ଟଙ୍କା ପାଇବେ, ସେହିଭଳି ୮୩୯୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୫୦୦ଟଙ୍କା । ୮୭୫୦ଟଙ୍କା ପାଉଥିବା କର୍ମଚାରୀ ପାଇବେ ୧୦,୯୦୦ଟଙ୍କା, ୮୮୮୦ଟଙ୍କା ପାଉଥିବା କର୍ମଚାରୀଙ୍କ ଦରମା ହେଲା ୧୧,୧୦୦, ମାସିକ ୯ହଜାର ଟଙ୍କା ପାଉଥିବା କର୍ମଚାରୀ ପାଇବେ ୧୧,୨୦୦, ୯୨୫୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୫୦୦ଟଙ୍କା, ୯୫୦୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୯୦୦ଟଙ୍କା, ୧୦ହଜାର ଟଙ୍କା ମାସିକ ପାଉଥିବା କର୍ମଚାରୀ ପାଇବେ ୧୨,୫୦୦, ୧୦ହଜାର ଟଙ୍କା ମାସିକ ପାଉଥିବା କର୍ମଚାରୀ ପାଇବେ ୧୨,୫୦୦ ଓ ୧୬୮୮୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୨୧,୧୦୦ଟଙ୍କା । ବର୍ଦ୍ଧିତ ଦରମା ଚଳିତ ମାସ ପହିଲାରୁ ଲାଗୁ ହେବ । ଏହି କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ହୋଇଥିଲା କ୍ୟାବିନେଟ ନିଷ୍ପତ୍ତି ।
ଏଥିସହିତ ପଢ଼ନ୍ତୁ: ଭବିଷ୍ୟତ ପିଢ଼ି ପାଇଁ ତିଆରି ହେଉଛି ଓଡ଼ିଶା, କିନ୍ତୁ ସବୁ ବିକି ଦେବାକୁ ବସିଛନ୍ତି କେନ୍ଦ୍ର ସରକାର: ପ୍ରଣବ