ବିଷାକ୍ତ ମଦ ପିଇ ୨ ଦିନରେ ୨୫ ଜଣଙ୍କ ମୃତ୍ୟୁ

1 min read
25 Dead In 2 Days Due To Poisonous Liquor In Bihar

ପାଟଣା: ବିହାରରେ ମଦ ବ୍ୟାନ, କିନ୍ତୁ ବିଷାକ୍ତ ମଦ ପିଇ ମରୁଛନ୍ତି ଲୋକେ । ରାଜ୍ୟରେ ମଦ ପ୍ରସ୍ତୁତି ଓ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ପ୍ରଶାସନ ବିଫଳ ହୋଇଛି । ପୁଣି ଥରେ ବିଷାକ୍ତ ମଦ ପିଇ ୨ ଦିନ ମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ଓ ଗୁରୁବାରକୁ ମିଶାଇ ଗୋପାଳଗଞ୍ଜରେ ୧୭ ଓ ବେତିୟାରେ ୮ ଜଣଙ୍କ ଜୀବନ ଯାଇଛି । ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ପରିବାର ଲୋକେ କହୁଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

25 Dead In 2 Days Due To Poisonous Liquor In Bihar

ମୋହମ୍ମଦପୁର ଓ କୁଶହରରେ ବିଷାକ୍ତ ମଦ ପିଇ ବୁଧବାର ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି । ମେଡିକାଲରେ ଭର୍ତ୍ତି ହୋଇଥିବା କିଛି ଲୋକଙ୍କ ଆଖିର ରଶ୍ମି ଚାଲି ଯାଇଥିବା କୁହାଯାଉଛି । ମୃତକଙ୍କ ପରିବାରକୁ ବିହାରର ଭୂ-ତତ୍ତ୍ୱ ମନ୍ତ୍ରୀ ଭେଟି ସାହାଯ୍ୟର ଭରସା ଦେବା ସହ ସରକାରଙ୍କୁ ବଦନାମ ପାଇଁ ଷଡ଼ଯନ୍ତ୍ର ହୋଇଥିବା କହିଛନ୍ତି ।

25 Dead In 2 Days Due To Poisonous Liquor In Bihar

ମୃତ୍ୟୁବରଣ କରିଥିବା ମୁକେଶ ରାମ, ଛୋଟେ ଲାଲ୍ ପ୍ରସାଦ, ଛୋଟେ ଲାଲ୍ ସୋନି, ସନ୍ତୋଷ ଶାହ ଓ ରାମବାବୁ ରାୟଙ୍କ ମୃତ୍ୟୁ ହୋଇଛି । ମୃତକ ମୁକେଶ ରାମଙ୍କ ଘରୁ ଦେଶୀ ମଦ ମିଳିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ‘ଯେଉଁଠି ମଦ ଚାଲୁଛି, ସେଠି ଗଡ଼ବଡ଼ ହେଉଛି ।’

Leave a Reply