୨୧ ବର୍ଷରେ କିଣିଲେ ୮୭ ଲକ୍ଷର ଘର; ଦେଲେ ସଞ୍ଚୟ ଟିପ୍ସ…
1 min readନୂଆଦିଲ୍ଳୀ: ବ୍ରିଟେନ୍ ବାସିନ୍ଦା ବେକା ଥମ୍ପସନ୍ ମାତ୍ର ୨୧ ବର୍ଷ ବୟସରେ ୮୭ ଲକ୍ଷ ଟଙ୍କାରେ ନିଜର ଏକ ଘର କିଣିଛନ୍ତି । ଆଉ ଘର କିଣିବା ପାଇଁ ସେ କୌଣସି ଲୋନ୍ କିମ୍ବା କରଜ କରିନାହାଁନ୍ତି ବରଂ ନିଜ ସଞ୍ଚୟ ଅର୍ଥରେ କିଣିଛନ୍ତି। ସିକ୍ରେଟ୍ ମଧ୍ୟ ସାେସିଆଲ୍ ମିଡିଆରେ ଶେୟାର କରିଛନ୍ତି।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବେକା ଥମ୍ପସନ୍ ନିଜ ଟିକଟକ୍ ଆକାଉଣ୍ଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ୧୬ ବର୍ଷ ବୟସରୁ କିଭଳି ସଞ୍ଚୟ କରିବା ଆରମ୍ଭ କରିଥିଲେ ଏବଂ ଏଥିପାଇଁ ତାଙ୍କୁ କେମିତି ପ୍ଲାନିଂ କରିବାକୁ ପଡିଥିଲା ସେନେଇ କହିଛନ୍ତି । ପ୍ରଥମେ ପ୍ରଥମେ ଆୟ କମ୍ ଥିଲା, ଏମିତିକି ଘଣ୍ଟା ପ୍ରତି ୩୦୪ ଟଙ୍କା ମିଳୁଥିଲା । କିନ୍ତୁ ୫ ବର୍ଷ ମଧ୍ୟରେ ହୋଇଥିବା ସଞ୍ଚୟରେ ସେ ଘର କିଣିବାରେ ସଫଳ ହୋଇଥିଲେ ।
କିଭଳି କରିବେ ସଞ୍ଚୟ, ଦେଲେ ଟିପ୍ସ-
କରୋନା ସଙ୍କଟ ମଧ୍ୟରେ ୮୭ ଲକ୍ଷ ଟଙ୍କାରେ ୨ ବେଡରୁମ୍ ବିଶିଷ୍ଟ ଏକ ଫ୍ଲାଟ୍ ମିଳିଛି ବୋଲି କହିଛନ୍ତି ବେକା। ଏଥିସହ ସେ ସଞ୍ଚୟର ଟିପ୍ସ ମଧ୍ୟ କହିଛନ୍ତି। ବେକାଙ୍କ କହିବାନୁଯାୟୀ, ଯେବେବି କିଛି ଖର୍ଚ୍ଚ କରୁଥିଲି ସେତିକି ଟଙ୍କା ସଞ୍ଚୟ ଆକାଉଣ୍ଟରେ ରଖିଦିଏ । ଘର କିଣିବା ପାଇଁ ଚିନ୍ତା କରିବା ପରେ ପ୍ରତି ମାସରେ ପାଖାପାଖି ୮୦ ହଜାର ଟଙ୍କା ସଞ୍ଚୟ କରିବା ଆରମ୍ଭ କରିଥିଲି ।
ସଞ୍ଚୟ ମୂଳ ମନ୍ତ୍ର ହେଉଛି- ଯେତିକି ଟଙ୍କା ଖର୍ଚ୍ଚ କରିବ, ଠିକ୍ ସେତିକି ଟଙ୍କାକୁ ସଞ୍ଚୟ କରିବ। ଜଣେ ୟୁଜର୍ସଙ୍କୁ ଉତ୍ତର ଦେବାକୁ ଯାଇ ବେକା କହିଛନ୍ତି ଯେ, ମୋ ପିତା-ମାତା ଖର୍ଚ୍ଚ ପାଇଁ ମୋ ଠୁ ଟଙ୍କା ନିଅନ୍ତି ନାହିଁ । ଫଳରେ ମୋର ସବୁ ଟଙ୍କା ବଞ୍ଚିଯାଏ । ଆଉ ମୋ ଖର୍ଚ୍ଚ ମଧ୍ୟ ବେଶୀ ନୁହେଁ । ଧିରେ ଧିରେ ଆୟ ବଢିବା ସହ ସଞ୍ଚୟ ମଧ୍ୟ ବଢିଥିଲା । ପରିଶେଷରେ ମୁଁ ନିଜ ପାଇଁ ଘର କିଣିପାରିଛି ।