ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ : ବଦଳିଲା ଏହି ନିୟମ

ନୂଆ ଦିଲ୍ଲୀ : ଆପଣ ବି ରେଳରେ ଯାତ୍ରା କରୁଛନ୍ତି କି ? ତେବେ ଜାଣିନିୟନ୍ତୁ ଏହି ନିୟମ  । ରେଳଯାତ୍ରୀଙ୍କ ପାଇଁ ହେଲା ନୂଆ ନିୟମ  । ଏବେ ଟିକେଟ୍ ବୁକ୍ କରିବା ଆଗରୁ ଆପଣଙ୍କୁ ଇଣ୍ଡିଆନ୍ ରେଲୱେର ଏହି ନିୟମଗୁଡ଼ିକ ଜାଣିନେବା ଦରକାର  । କାଲିଠୁ ଇଣ୍ଡିଆନ ରେଲୱେର ସମୟ ସାରଣୀରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ  । ଏଥିପାଇଁ ରେଳ ବିଭାଗ ଜୋରସୋରରେ ଲାଗିପଡ଼ିଛି  । କୁହାଯାଉଛି କି ବହୁତ ଦିନ ପରେ ରେଲୱେ ସମୟ ସାରଣୀରେ କିଛି ଭିନ୍ନ ପ୍ରକାର ପରିବର୍ତ୍ତନ ଆସିଛି  ।

ଆସନ୍ତୁ ଜାଣିବା ଏହି ସମୟ ସାରଣୀ :

ନଭେମ୍ବର ୧ ରୁ ପ୍ରୟାଗରାଜ ମଣ୍ଡଳରେ ଚାଲୁଥିବା ସମସ୍ତ ରେଳଗୁଡ଼ିକର ସମୟସୀମା ପରିବର୍ତ୍ତନ ହେବ  । ପୂର୍ବ ବର୍ଷ ମେ ମାସରୁ ସ୍ପେଶାଲ ଏବଂ ଫେସଟିଭାଲ ଟ୍ରେନଗୁଡ଼ିକ ଚଳପ୍ରଚଳ କରାଯାଉଛି  । ନୂଆ ସମୟ ସାରଣୀ ଲାଗୁ ହେବା ପରେ ଏହି ଟ୍ରେନ୍ଗୁଡ଼ିକରେ ଲଗାଯାଇଥିବା ସ୍ପେଶାଲ ଏବଂ ଫେସଟିଭାଲ ଟ୍ରେନର ନାମକରଣ ହଟାଇଦିଆଯାଇପାରେ ବୋଲି କୁହାଯାଉଛି  ।

ପୂର୍ବ ବର୍ଷର ଲକଡାଉନ୍ ପରେ ସର୍ବପ୍ରଥମେ ରାଜଧାନୀ ଏକ୍ସପ୍ରେସର ଚଳାଚଳ ଆରମ୍ଭ କରାଯାଇଥିଲା  । ସେବେଠୁ ଆଜି ଯାଏ ସମସ୍ତ ରାଜଧାନୀ ଏକ୍ସପ୍ରେସକୁ ସ୍ପେଶାଲ ଟ୍ରେନ ନାମରେ ନାମକରଣ କରାଯାଇଥିଲା  ।

ପୂର୍ବ ବର୍ଷ କରୋନା ମହାମାରୀର ପ୍ରଥମ ଲହରୀ ପରେ ପରେ ରେଳ ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ ଧିରେ ଧିରେ ସ୍ଥିତି ସୁଧାରିବା ପରେ ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଚଳପ୍ରଚଳ ହେଲାଣି  । ଏଥିସହ ରେଲୱେ ମନ୍ତ୍ରାଳୟରୁ ଶୁଣାଯାଉଛି ଯେ ନଭେମ୍ବର ୧ରୁ ଲାଗୁ ହେବାକୁ ଥିବା ସମୟ ସାରଣୀରେ ଟ୍ରେନ୍ ଆଗରେ ଲାଗୁଥିବା ଜିରୋ ବର୍ତ୍ତମାନ ହଟାଇଦିଆଯିବ  ।

ଏହା ପୂର୍ବରୁ ୨୦୧୯ରେ ଆସିଥିଲା ସମୟ ସାରଣୀ :

ଆପଣଙ୍କୁ କହିରଖୁ କି ଏହା ପୂର୍ବରୁ ୨୦୧୯ରେ ରେଲୱେର ସମୟ ସାରଣୀ  ଆସିଥିଲା । ଏହା ପରେ କରୋନା ମହାମାରୀ କାରଣରୁ ରେଲୱେ ସଂସ୍ଥାରେ ଟ୍ରେନଗୁଡ଼ିକର ସମୟ ସାରଣୀ ଅଟକି ରହିଥିଲା  । ଉତ୍ତର ମଧ୍ୟ ରେଲୱେ ସୂଚନା ଅନୁସାରେ ନଭେମ୍ବର ୧ରୁ ନୂଆ ସମୟ ସାରଣୀ ଆସିବାର ସମ୍ଭାବନା ରହିଛି  ।

 

 

Leave a Reply