spot_img

Latest Posts

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳା ସମ୍ମାନିତ

ଭୁବନେଶ୍ୱର: ନୂଆ ଓଡ଼ିଶାର ଅଭିବୃଦ୍ଧିର କାହାଣୀରେ ମହିଳାମାନେ ଗ୍ରହଣ କରିଛନ୍ତି ପ୍ରମୁଖ ଭୂମିକା । ମହିଳାମାନଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଗଣତାନ୍ତ୍ରିକ ଅନୁଷ୍ଠାନରେ ମହିଳାଙ୍କ ପ୍ରତିନିଧିତ୍ୱ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ଗରୁତ୍ୱପୂର୍ଣ୍ଣ କ୍ଷେତ୍ର । ପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ମହିଳାମାନଙ୍କୁ ପ୍ରତିନିଧିତ୍ୱ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ଟାଇମ୍ସ ପାୱାର ଓମେନର ପ୍ରଥମ ସଂସ୍କରଣରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳାମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଓଡ଼ିଶା ସରକାର ପଞ୍ଚାୟତ ସ୍ତରରେ ୫୦ ପ୍ରତିଶତ ସଂରକ୍ଷଣ କରିଛନ୍ତି ।

Times Power Women Odisha 2021

ସେହିପରି ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ଅବସରରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ଭାଷାର ଜୀବନବ୍ୟାପି ସାଧନା ପାଇଁ ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସାମାଜିକ କାର୍ଯ୍ୟ ପାଇଁ ଶାନ୍ତି ଦେବୀ, ଓଡ଼ିଶୀର ପ୍ରସାର ପ୍ରଚାର ପାଇଁ ଅରୁଣା ମହାନ୍ତି, ପୋଲିସ ବିଭାଗରେ ସଫଳତାର ସହ କାର୍ଯ୍ୟ କରିବା ପାଇଁ ଆଇପିଏସ୍ ସାରା ଶର୍ମା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମେଡିକାଲ ରିସର୍ଚ୍ଚରେ ଡାକ୍ତର ସଂଘମିତ୍ରା ପତିଙ୍କୁ ସମ୍ମାନିତ କରାଯାଇଥିଲା ।

Times Power Women Odisha 2021

ସେହିପରି କବି, ଲେଖିକା ଭାବରେ ଦେଶ ତଥା ରାଜ୍ୟରେ ଅନେକ ସଫଳତା ହାସଲ କରିଥିବା ଗାୟତ୍ରୀବାଳା ପଣ୍ଡାଙ୍କୁ ମଧ୍ୟ ଟାଇମ୍ସ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଟାଇମ୍ସ ପକ୍ଷରୁ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ନିଆଯାଇଥିବା ଏଭଳି ପଦକ୍ଷେପ ପାଇଁ ସମସ୍ତେ ଟାଇମ୍ସକୁ ଧନ୍ୟବାଦ ଦେଇଛନ୍ତି । ପୁରସ୍କାର ଉତ୍ସବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଚିବ ଅନୁଗର୍ଗ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସବିତା ଆାଚାର୍ଯ୍ୟ ଓ ବଲିଉଡ୍ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଉଦ୍‌ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସମସ୍ତ ସଫଳ ମହିଳା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Latest Posts

Don't Miss