spot_img

Latest Posts

ଟେନିସ୍ କୋର୍ଟ ପରେ ରାଜନୀତିରେ ଦମ୍ ଦେଖାଇବେ ପେସ୍

ପାନାଜୀ: ରାଜନୀତିରେ ଏଣ୍ଟ୍ରି କଲେ ଆଉ ଜଣେ ଖେଳାଳି । ଟେନିସ୍ କୋର୍ଟରେ ନିଜର ଦମ୍ ଦେଖାଇବା ପରେ ରାଜନୀତିରେ ଦମ୍ ଦେଖାଇବା ପାଇଁ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ଅଲମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଲିଅଣ୍ଡର ପେସ୍ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଅଲମ୍ପିକ୍ସ ମେଡାଲିଷ୍ଟ ଲିଅଣ୍ଡର ପେସ୍ ଗୋଆରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପେସ୍ କଂଗ୍ରେସରେ ଯୋଗ ଦେବା ପରେ ମମତା ବାନାର୍ଜୀ କହିଥିଲେ ମୁଁ ବହୁତ ଖୁସି କି ଲିଏଣ୍ଡର ପେସ୍ ଟିଏମସିରେ ଯୋଗ ଦେଇଛନ୍ତି । ମୁଁ ଯେତେବେଳେ ୟୁଥ୍ ମିନିଷ୍ଟର ଥିଲି ସେ ସମୟରୁ ମୁଁ ପେସଙ୍କୁ ଜାଣିଛି ।

ମମତା ବାନାର୍ଜୀ ପେସଙ୍କୁ ତାଙ୍କ ଦଳରେ ଭବ୍ୟ ସ୍ବାଗତ କରିଛନ୍ତି । ପେସଙ୍କୁ ନିଜର ସାନ ଭାଇ ବୋଲି ମଧ୍ୟ ସମ୍ବୋଧନ କରିଥିଲେ ମମତା ବାନାର୍ଜୀ । ମମତା ଆହୁରି କହିଛନ୍ତି କି ଆମେ ରାଜ୍ୟଗୁଡିକର ଦୃଢ଼ ଏକତା ଦେଖିବାକୁ ଚାହୁଁଛୁ । ସେ ଆହୁରି କହିଛନ୍ତି କି ଦିଲ୍ଲୀର ଦାଦାଗିରିକୁ ବନ୍ଦ କରିବାକୁ ପଡ଼ିବ ।

ତେବେ ଆଜି ଟିଏମସିରେ ଯୋଗ ଦେବା ସମୟରେ ଲିଅଣ୍ଡର ପେସ୍ କହିଥିଲେ କି ଯେତେବେଳେ ମୁଁ ୧୪ ବର୍ଷର ଥିଲି ମମତା ବାନାର୍ଜୀ ସେ ସମୟରେ କ୍ରୀଡାମନ୍ତ୍ରୀ ଥିଲେ ଏବଂ ସେ ମୋତେ ମୋର ସ୍ବପ୍ନକୁ ହାସଲ କରିବା ପାଇଁ ସକ୍ଷମ କରିଥିଲେ । ମୁଁ ଏବେ ଖେଳରୁ ସନ୍ୟାସ ନେଇସାରିଲିଣି । ମୁଁ ଏବେ ମମତାଙ୍କ ମାର୍ଗଦର୍ଶନରେ ରାଜନୀତିକୁ ଆସିଛି ଏବଂ ମୋ ଏରିଆ ଲୋକମାନଙ୍କ ପାଇଁ କିଛି କରିବି ।

 

Latest Posts

Don't Miss